fbpx

Indian Railway: ଟ୍ରେନର ଜେନେରାଲ ବଗିର ଗୋଟିଏ ପଟେ ଥାଏ ୩ ଗେଟ, କାହିଁକି!

Advertisement

ଓଡିଶା ଭାସ୍କର: ଭାରତୀୟ ରେଳୱେ ଦୁନିଆର ଚତୁର୍ଥ ସବୁଠୁ ବଡ ରେଳୱେ ଅଟେ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳପଥରେ ଯାତ୍ରା କରନ୍ତି । ସେଥିପାଇଁ ତ କେନ୍ଦ୍ରସରକାର ମଧ୍ୟ ରେଳପାଇଁ ବଜେଟରେ ସ୍ୱତନ୍ତ୍ର ପ୍ୟାକେଜ ରଖି ଥା’ନ୍ତି । ଟ୍ରେନରେ ଯାତାୟାତ କରିବା ସମୟରେ ଆପଣ ଦେଖିଥିବେ ଟ୍ରେନର କୋଚରେ ଭିନ୍ନ ଭିନ୍ନ ଶ୍ରେଣୀ ରହିଥାଏ । ଯଥା- ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ଥର୍ଡ ଏସି, ସ୍ଲିପର ଓ ଜେନେରାଲ । ଅନୁଧ୍ୟାନ କଲେ ଜଣାଯାଏ ଯେ ଟ୍ରେନର ଜେନେରାଲ କୋଚକୁ ଛାଡି ବାକି ସବୁ କୋଚରେ ୪ ଟି ଲେଖାଏଁ ଗେଟ ଥାଏ । ଜେନରାଲ କୋଚରେ ଯାହାକୁ ଆପଣ ବଗି କହୁଛନ୍ତି ସେଥିରେ କିନ୍ତୁ ମୋଟ ୬ ଟି ଗେଟ ଲାଗିଥାଏ ।

ଜେନେରାଲ କୋଚରେ ଯାତ୍ରା କଲେ କେବଳ ଟିକେଟର ଆବଶ୍ୟକତା ଥାଏ, ଏଥିରେ ରିଜର୍ବେଶନର ବ୍ୟବସ୍ଥା ନ ଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ଏଥିରେ ଯିଏ ପ୍ରଥମେ ସିଟ ପାଖକୁ ଯାଇ ତାହାକୁ ଅକ୍ତିଆର କଲା ସିଟ ତାହାର । ସାଧାରଣ ଏକ୍ସପ୍ରେସ ଓ ପେସେଞ୍ଜର୍ସ ଟ୍ରେନରେ ଜେନେରାଲ କୋଚ ଥାଏ । ଜଣେ ଧ୍ୟାନ ଦେଲେ ଜମାପଡେ ଫାଷ୍ଟ ଏସି, ସେକେଣ୍ଡ ଏସି, ଥର୍ଡ ଏସି ଓ ସ୍ଲିପର କୋଚରେ ଗୋଟିଏ ପଟେ ୨ ଟି ଓ ଅନ୍ୟପଟେ ୨ ଟି ମାନେ ମୋଟ ୪ ଟି କବାଟ ଥାଏ । ଯାତ୍ରୀ ପ୍ଲାଟଫର୍ମ ପଟେ ଥିବା କବାଟର ବ୍ୟବହାର କରନ୍ତି । ଜେନେରାଲ ବଗିରେ ବଗିରେ କିନ୍ତୁ ବ୍ୟତିକ୍ରମ ଦେଖାଯାଏ । ଜେନରାଲ କୋଚର ଉଭୟ ପାଶ୍ୱର୍କୁ ମିଶାଇ ମୋଟ ୬ ଟି ଗେଟ ଲାଗିଥାଏ । ଜେନରାଲ କୋଚକୁ ଛାଡି ଅନ୍ୟସବୁ କୋଚରେ ଟିକେଟ ସଂରକ୍ଷିତ ହୋଇ ଥାଏ । ଏଥିରେ ଯାତ୍ରୀଙ୍କ ସଂଖ୍ୟା ପୂର୍ବରୁ ତୟ ହୋଇଥାଏ । ମାତ୍ର ଜେନରାଲ କୋଚରେ ଏହା ହୋଇ ନଥାଏ । ଫଳରେ ଯାତ୍ରୀଙ୍କ ସଂଖ୍ୟା କେତେ ହେବ ପୂବାନୁମାନ କରଯାଇ ନ ପାରେ । ସେଥିପାଇଁ ଯାତ୍ରୀଙ୍କ ସୁବିଧା ପାଇଁ ଏଥିରେ ଗୋଟିଏ ପାଶ୍ୱର୍ରେ ତିନିଟି ଗେଟ ଥାଏ । ଫଳରେ ଯାତ୍ରୀଙ୍କୁ ଭିଡରୁ ରକ୍ଷା ମିଳେ । ଟ୍ରେନରେ ବସିବା ଓ ଓହ୍ଲାଇବା ସହଜ ହୋଇପାରେ ।

Get real time updates directly on you device, subscribe now.