fbpx

ରଥରେ ବିରାଜିଲେ ତିନି ଠାକୁର, ରଥାରୂଢ଼ ଠାକୁରଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ରଥରେ ବିଜେ ହେଲେ ତିନି ତିନି ଠାକୁର । ଆଜି ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ ଦେବଙ୍କ ପରେ ପହଣ୍ଡି କରାଯାଇ ଦେବୀ ସୁଭଦ୍ରା ଦେବଦଳନ ରଥରେ, ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଓ ଶେଷରେ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷରେ ରଥାରୂଢ ହୋଇଛନ୍ତି । ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ମହାପ୍ରଭୁଙ୍କ ନୀତିକାନ୍ତି ସହ କିପରି ଶୃଙ୍ଖଳିତ ଭାବରେ ରଥଯାତ୍ରା ସମ୍ପନ୍ନ ହେବ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Get real time updates directly on you device, subscribe now.