fbpx

ଡାହାଣୀ ସନ୍ଦେହରେ 3ଜଣଙ୍କୁ ନିର୍ମମ ଭାବେ ହତ୍ୟା, ମୃତଦେହକୁ ଘୋଷାଡି ଜଙ୍ଗଲରେ ଫିଙ୍ଗିଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ଗୁଣିଗାରେଡି ସନ୍ଦେହରେ ଛାରଖାର ପୁରା ପରିବାର । ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗୋଟିଏ ପରିବାରର 3 ଜଣଙ୍କୁ ହତ୍ୟା କରାଯାଇଛି । ଡାହାଣୀ ସନ୍ଦେହରେ ଜଣେ ବୟସ୍କା ଦମ୍ପତିଙ୍କ ସମେତ 24 ବର୍ଷୀୟ ଝିଅକୁ ହତ୍ୟା କରାଯାଇଛି । ଶୁକ୍ରବାର ଗ୍ରାମରେ ମୃତଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ସମସ୍ତ ମୃତକଙ୍କର ମୁଣ୍ଡ ଏବଂ ଶରୀରରେ କଟା ଚିହ୍ନ ରହିଛି । ମୃତ ପୁରୁଷଙ୍କ ବୟସ 57 ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ 48 ଏବଂ ଯୁବତୀଙ୍କର ବୟସ 24 ବର୍ଷ ରହିଛି । ତେବେ ଏହି ଖବର ପରେ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଚାଙ୍କ ଚାଚା-ଚାଚି ଡାହାଣୀ ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ତେବେ ପୋଲିସର କହିବା ଅନୁସାରେ, ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି । ତେଣୁ ଆମେ ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଛୁ । ଖୁବଶୀଘ୍ର ମାମଲାର ଖୁଲାସା କରାଯିବା ସହିତ ଦୋଷୀକୁ ଶାସ୍ତି ଦିଆଯିବ ବୋଲି କୁହାଯାଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ଜଣେ ଅଜ୍ଞାତ ଲୋକ  ଧାରୁଆ ଅସ୍ତ୍ର ଦେଖାଇ 3ଜଣଙ୍କୁ ଘରୁ ବାହାର କଲା । ଏହାପରେ ତାଙ୍କୁ ନିର୍ମମ ଭାବେ କାଟି ହତ୍ୟା କରିଥିଲା । ଏହାପରେ ହତ୍ୟାକାଣ୍ଡରୁ ବର୍ତ୍ତିବା ପାଇଁ 3ଜଣଙ୍କୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲା ।

Get real time updates directly on you device, subscribe now.