Breaking: ପୋଖରୀରେ ବୁଡ଼ି ୩ ନାବାଳକ ମୃତ, ଗାଁରେ ଶୋକାକୂଳ ପରିବେଶ

ଗୋଡ଼ିବିଡା ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ 3 ମୃତ ।

ଭୁବନେଶ୍ବର: ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଚାଲିଗଲା ତିନି ଜଣ ଶିଶୁଙ୍କର ଜୀବନ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ତିନି ଶିଶୁ ।

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଗୋଡ଼ିବାଡ଼ି ଗାଁରେ ତିନି ଜଣ ଶିଶୁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ କିଛି ସମୟ ଗାଧୋଇବା ପରେ ହଠାତ୍ ବୁଡିଯାଇଥିଲେ ।

ଦୁଇ ମୃତକଙ୍କ ବୟସ ୧୧ ବର୍ଷ ଓ ଜଣଙ୍କର ବୟସ ୯ ସୂଚନା ରହିଛି । ତେବେ ଗ୍ରାମର ଜଣେ ବ୍ୟକ୍ତି ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିବା ବେଳେ ଗାଁ ଲୋକ ତିନି ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ ।

ହେଲେ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ହଠାତ୍ 3 ଜଣଙ୍କର କିପରି ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତିନି ଶିଶୁଙ୍କ ମୃତ୍ୟୁ ଖବର ପାଇ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।