fbpx

ସ୍ୱାଭିମାନ ଅଞ୍ଚଳରେ ଡଙ୍ଗାବୁଡ଼ି ୩ ନିଖୋଜ

ମାଲକାନଗିରି(ଓଡ଼ିଶା ଭାସ୍କର): ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଯାଇଛନ୍ତି । ଏକ ୮ ମାସର ଶିଶୁ ଓ ଜଣେ ମା’ଙ୍କ ସମେତ ଆଉଜଣଙ୍କ ପତ୍ତା ମିଳୁନି ।

ସବିଶେଷ ସୂଚନା ଅନୁସାରେ ଓରପଦା ଘାଟରୁ ବକୁଳିକୁ ବାହାରିଥିଲେ ୧୧ ଗ୍ରାମବାସୀ  । ତେବେ ଯାତ୍ରା ସମୟରେ ଏଭଳି ଅଘଟଣ ଘଟିବ ବୋଲି କେହି ଭାବିପାରିନଥିଲେ । ହଠାତ୍ ବାଲିମେଳା ଜଳଭଣ୍ଡାରରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଦେଶୀ ଡଙ୍ଗା । ପହଁରି ପହଁରି କୂଳକୁ ଫେରିଲେ ୮ ଜଣ । କିନ୍ତୁ ପାଣି ଭିତରେ ରହିଗଲେ ୩ ଜଣ । ୮ ମାସର ଶିଶୁ ମା’ ଓ ଜଣେ ବୃଦ୍ଧା ନିଖୋଜ ଅଛନ୍ତି । କୁଡୁମୁଲୁଗୁମାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.