fbpx

ଦେଶକୁ ମିଳିବ ୩ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ରୁଟ୍ ଏବଂ ଟାଇମିଂ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏନେଇ ପିଏମଓ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା । ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହି ବନ୍ଦେ ଭାରତ ଟ୍ରେନ୍ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସଂଯୋଗ କରିବ । ମେରଟ-ଲକ୍ଷ୍ନୌ, ମଦୁରାଇ- ବେଙ୍ଗାଲୁରୁ ଏବଂ ଚେନ୍ନାଇ- ନାଗରକୋଇଲ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ୩ଟି ମାର୍ଗର ସଂଯୋଗକୁ ଉନ୍ନତ କରିବ ।

ଭାରତର ପ୍ରଥମ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ, ସେମି ହାଇ ସ୍ପିଡ ବନ୍ଦେ ଭାରତ ଯାତ୍ରୀଙ୍କୁ ଆଧୁନିକ ଏବଂ ଆରମେଦାୟକ ରେଳଯାତ୍ରାର ଅନୁଭବ ପ୍ରଦାନ କରିବ । ଏହା ଦ୍ୱାରା ଯାତ୍ରୀଙ୍କ ସମୟ ମଧ୍ୟ ସଞ୍ଚୟ ହେବ । ବନ୍ଦେ ଭାରତ ଟ୍ରେନ୍ ଦୃତ ଗତି ଏବଂ ଘଣ୍ଟା ପିଛା ୧୬୦ କିମି ପର୍ଯ୍ୟନ୍ତ ସେମି ହାଇ ସ୍ପିଡରେ କାର୍ଯ୍ୟ କରିଥାଏ । ଏଥିରେ anti-collision equipment କବଚ ରହିଛି । ଚେନ୍ନାଇ- ନାଗରକୋଇଲ ବନ୍ଦେ ଭାରତ ରୁଟରେ ଟ୍ରେନ୍ ସଂଖ୍ୟା ୨୦୬୨୭ ଚେନ୍ନାଇ ଏଗ୍ମୋର ଷ୍ଟେସନରୁ ସକାଳ ୫ଟାରେ ପ୍ରସ୍ଥାନ କରିବ । ସେହି ଦିନ ଅପରାହ୍ନ ୧:୫୦ରେ ନାଗରକୋଇଲ ପହଂଚିବ । ଏହି ଟ୍ରେନ୍ ଭାୟା ତାମ୍ବରମ, ଭିଲ୍ଲୁପୁରମ, ତିରୁଚିରାପଲ୍ଲୀ, ଡିଂଡୁଗଲ, ମଦୁରାଇ, କୋଭିଲପଟ୍ଟି ଦେଇ ଶେଷରେ ତିରୁନେୱେଲି ଷ୍ଟେସନରେ ଅଟକିବ । ସେହିପରି ଟ୍ରେନ୍ ସଂଖ୍ୟା ୨୦୬୨୮ ନାଗରକୋଇଲ ଜଂକସନରୁ ଅପରାହ୍ନ ୨ଟା ୨୦ରେ ପ୍ରସ୍ଥାନ କରିବ ଏବଂ ରାତି ୧୧ଟାରେ ଚେନ୍ନାଇ ଏଗ୍ମୋର ପହଂଚିବ । ସେହିପରି ମଦୁରାଇ- ବେଙ୍ଗାଲୁରୁ ଛାୱନୀ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ସପ୍ତାହରେ ୬ ଦିନ ଗଡ଼ିବ । ଟ୍ରେନ୍ ସଂଖ୍ୟା ୨୦୬୭୧ ସକାଳ ୫ଟା ୧୫ରେ ମଦୁରାଇରୁ ପ୍ରସ୍ଥାନ କରିବ ଏବଂ ଅପରାହ୍ନ ୧ଟା ରେ ବେଙ୍ଗାଲୁରୁ ଛାୱନୀ ପହଂଚିବ । ପରେ ଅପରାହ୍ନ ୧ଟା ୩୦ରେ ବେଙ୍ଗାଲୁରୁ ଛାୱନୀରୁ ପ୍ରସ୍ଥାନ କରି ରାତି ୯ଟା ୪୫ରେ ମଦୁରାଇ ପହଂଚିବ । ଟ୍ରେନ୍ ଭାୟା ଡିଂଡୁଗଲ, ତିରୁଚିଲ୍ଲାପଲ୍ଲୀ, କରୁର, ନମକ୍କଲ, ସଲେମ ଦେଇ ଶେଷରେ କୃଷ୍ଣରାଜପୁରମ ଷ୍ଟେସନରେ ରହଣି କରିବ । ସେହିପରି ମେରଟ୍‌- ଲକ୍ଷ୍ନୌ ରୁଟରେ ବନ୍ଦେ ଭାରତ ଟ୍ରେନ ପ୍ରତିଦିନ ଗଡ଼ିବ କିନ୍ତୁ ଏହାର ସମୟସୂଚୀ ବିଷୟରେ କିଛି ସୂଚନା ମିଳପାରି ନାହିଁ ।

Get real time updates directly on you device, subscribe now.