fbpx

ଶିଶୁକୁ ଧରି ମନ୍ଦିରରୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, କାର ଦୁର୍ଘଟଣାରେ ଚାଲିଗଲା ସମସ୍ତଙ୍କ ଜୀବନ

ଜୟୀପୁର: ରାଜସ୍ଥାନର ଅଲବର ଜିଲ୍ଲାରେ ଏକ ଭୟାନକ ସଡକ ଖବର ଦୁର୍ଘଟଣା ସାମ୍ନାକୁ ଆସିଛି । କାର ଏବଂ ବାଇକ ମୁହାଁମୁହିଁ ହୋଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି । ଲକ୍ଷ୍ମଣଗଢ ଥାନା ଅନ୍ତର୍ଗତ ଜାବଲୀ ଠାରେ ଏକ କାର ବାଇକରେ ଯାତ୍ରା କରୁଥିବା ଦମ୍ପତ୍ତି ଏବଂ ତାଙ୍କ ୬ ବର୍ଷର ପୁଅ ଉପରେ ଚଢାଇଦେଇଛି । ଏହି ଦୁର୍ଘଟଣାରେ ବାଇକରେ ଯାତ୍ରା କରୁଥିବା ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କ ୬ ବର୍ଷ ଶିଶୁର ପ୍ରାଣହାନୀ ଘଟିଛି ।

ଦୁର୍ଘଟଣା ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ଶବକୁ ଲକ୍ଷ୍ମଣଗଢ ହସ୍ପିଟାଲରେ ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଲକ୍ଷ୍ମଣଗଢ ଥାନାର ପୋଲିସ ତିନି ଜଣ ମୃତକଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରିଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ମୃତ ତିନି ଜଣ ସକାଳୁ ସକାଳୁ ବାଇକରେ ଭୈରୋ ବାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଯେତେବେଳେ ସେମାନେ ଦର୍ଶନ ସାରି ଘରକୁ ଫେରୁଥିଲେ ସେହି ସମୟରେ ଜବଲୀ ତିରାହେ ପାଖରେ ଏକ କାର ଆସି ଏହି ତିନିଜଣଙ୍କୁ ପିଟିଦେଲା । ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.