କୋଣାର୍କ: କୋଣାର୍କ ବଢ଼େଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାଚେରୀରେ ପିଟି ହୋଇ ୩ ବାଇକ୍ ଆରୋହୀ ମୃତ । କୋଣାର୍କରୁ କାକଟପୁର ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକ୍ ।
ଗୋପ ମେଡିକାଲରେ ୨ ଜଣ ଗୁରୁତରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧା ରାସ୍ତାରେ ମୃତ୍ୟୁ ହୋଇଥିଲା ।