fbpx

ଭୋଟିଂ ବେଳେ ଅଘଟଣ: ବାଲାଟ ବକ୍ସକୁ ପାଣିରେ ଫିଙ୍ଗିଲେ ଦୁର୍ବୃତ୍ତ

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଚାଲିଥିବା ବେଳେ ବ୍ରହ୍ମଗିରିରେ ଘଟିଛି ଅଘଟଣ । ବାଲାଟ ବକ୍ସକୁ ଦୁର୍ବୃତ୍ତମାନେ ପାଣିରେ ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପଗିରି ଚାପମାଣିକ ପଞ୍ଚାୟତି କାଶିଝରିଆ ଗାଁରେ ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ସେଠାରେ ୯ ନମ୍ବର ବୁଥର ବାଲାଟ ବକ୍ସକୁ ପାଣିରେ ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହୋଇଛି । ଘଟଣାକୁ ଶାନ୍ତ କରିବାକୁ ପୋଲିସ ଫୋର୍ସ ସେଠାରେ ମୁତୟନ ହୋଇଛନ୍ତି । ଉପଜିଲ୍ଲାପାଳ ଓ SDPO ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ତେବେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘୧ଟା ସୁଦ୍ଧା ବୁଥରେ ଥିବା ଲୋକ ଭୋଟ ଦେଇପାରିବେ । ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି । କୋଭିଡ ଆକ୍ରାନ୍ତ ବି ଭୋଟ୍ ଦେଇପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.