କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଆଜି ଆକାଉଣ୍ଟକୁ ଆସିବ ଟଙ୍କା

ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ ।

ନୂଆଦିଲ୍ଲୀ: ମୟୂରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । କୁଆପଥର ବର୍ଷା ସହିତ ପବନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି ।

ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । କାଳବୈଶାଖୀ ଆକଳନ କ୍ଷତି ରିପୋର୍ଟ ଆସିଥିବା ବେଳେ ଆଜି ଟଙ୍କା ମିଳିବ ବୋଲି ମନ୍ତ୍ରୀ କହିଥିଲେ ।

ତେବେ ସୁରେଶ ପୂଜାରୀଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କ୍ଷୟକ୍ଷତି ଆକଳନ କରିଥିଲେ । ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର  ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି ।

ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ନଷ୍ଟ ହୋଇଛି । ସେହିପରି ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଆଜି ଅନଲାଇନ୍‌ରେ ଟଙ୍କା ମିଳିବ କହିଲେ ସୁରେଶ ପୂଜାରୀ । ଯେଉଁମାନଙ୍କ ଆଧାର ଲିଙ୍କ୍‌ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।