fbpx

ଦୁର୍ବଳ ହେଲା ଲଘୁଚାପ, ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା ସହ ଘଡ଼ଘଡ଼ି

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଯାହା ବର୍ତ୍ତମାନ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଜାରି ରହିବ। ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ୪୮ ଘଣ୍ଟା ପରେ ବର୍ଷା କମିଲେ ବି, ସଂପୂର୍ଣ୍ଣ କମିବନି ବୋଲି ଆକଳନ କରାଯାଇଛି।

ଆଗାମୀ ୭ ଦିନ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହେବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। ଅନ୍ୟପଟେ ପାଲଲହଡ଼ା ହାଇସ୍କୁଲ ଉପରେ ବଜ୍ରପାତର ପ୍ରଭାବ ପଡିଛି। ଯାହା ଦ୍ୱାରା ଏହି ବଜ୍ରାଘାତରେ ୨ ଜଣ ଛାତ୍ରୀ ଗୁରୁତର ଅଛନ୍ତି। ଗୁରୁତର ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚଳିତ ବର୍ଷ ଅନେକ ସ୍ଥାନରେ ବଜ୍ରାଘାତର ଶିକାର ହୋଇ ଅନେକ ଲୋକେ ପ୍ରାଣ ହରାଇସାରିଲେଣି। ତେବେ ଘଡ଼ଘଡ଼ି ସମୟରେ ଘରୁ ବାହାରନ୍ତୁ ନାହିଁ ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ସୂଚନା ଜାରି କରିଛି।

Get real time updates directly on you device, subscribe now.