fbpx

ଥାଇରଏଡ୍ ରୋଗୀ ଭୁଲ୍‌ରେ ବି ଖାଆନ୍ତୁନି ଏହି ୨ଟି ପରିବା, ବଢିଯିବ ସମସ୍ୟା

ନୂଆଦିଲ୍ଲୀ: ଏବେ ଦେଶରେ ଦିନକୁ ଦିନ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଜନ ବୃଦ୍ଧି ଓ ହରମୋନ୍ ଜନିତ ପରିବର୍ତ୍ତନ କାରଣରୁ ଏହି ରୋଗ ହୋଇଥାଏ । ପ୍ରାୟ ସମୟରେ ବୟସ ସହିତ ମହିଳାଙ୍କ କ୍ଷେତ୍ରରେ ଥାଇରଏଡ୍ ବଢିବା ଓ କମିବା ସମସ୍ୟା ଦେଖାଦେଇଥାଏ । ଥାଇରଏଡ୍ ଦୁଇ ପ୍ରକାରର ହୋଇଥାଏ । ହାଇପରଥାଇରଏଡିଜିମ୍ ଓ ହାଇପୋଥାଇରଏଡ୍ । ଆପଣ ଯଦି ଜଣେ ଥାଇରଏଡ୍ ରୋଗୀ ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ୨ ଟି ପରିବା ଫୁଲ କୋବି ଓ ମୂଳା ଖାଆନ୍ତୁ ନାହିଁ । ଏହି ୨ ଟି ସବୁଜ ପରିବା ଥାଇରଏଡ୍ ରୋଗୀଙ୍କ ସ୍ୱାସ୍ଥ୍ୟ ଲାଗି ଘାତକ ସାବ୍ୟସ୍ତ ହୋଇପାରେ ।

ହଜମ ପ୍ରକ୍ରିୟାରେ ସମସ୍ୟା କାରଣରୁ ଏହି ରୋଗରେ ପୀଡିତ ବ୍ୟକ୍ତି ଫୁଲକୋବି ଓ ମୂଳା ଖାଇବା ଅନୁଚିତ । ମୂଳା ଅଧିକ ଗ୍ୟାସ୍ ସୃଷ୍ଟି କରିଥାଏ । ଏହାବ୍ୟତିତ ଫୁଲକୋବି ଓ ପତ୍ରକୋବି ବି ବହୁକଷ୍ଟରେ ହଜମ ହୋଇଥାଏ । ଏଣୁ ଥାଇରଏଡ୍ ରୋଗୀ ଏହି ପରିବା ଠାରୁ ଦୂରେଇ ରହିବା ଭଲ ।

Get real time updates directly on you device, subscribe now.