ବେକକୁ ଧରି ୫୦ ଫୁଟ୍ ପର୍ଯ୍ୟନ୍ତ ଟାଣିନେଲା ବାଘ, ଘଟଣା ସ୍ଥଳରେ ଚାଷୀଙ୍କ ମୃତ୍ୟୁ
କ୍ଷେତକୁ ଯାଉଥିଲେ ଚାଷୀ। ପୂର୍ବରୁ ଶିକାର ଆଶାରେ ବୁଦା ଭିତରେ ଛକି ରହିଥିଲା ବାଘ। ସେଇବାଟ ଦେଇ କ୍ଷେତକୁ ଯାଉଥିବା ଚାଷୀଙ୍କୁ ଦେଖି ଝାମ୍ପ ମାରିଲା ବାଘ। ବୃଦ୍ଧାଙ୍କ ବେକକୁ ଧରି ଟାଣିଟାଣି ନେଇଗଲା। ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ।
ମହାରାଷ୍ଟ୍ର: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି କି ଜଣେ ଚାଷୀ ନିଜ କ୍ଷେତକୁ ଯାଉଥିବା ବେଳେ, ବାଘ ତାଙ୍କୁ ଶିକାର କରି ନେଇଛି। କେବଳ ସେତିକି ନୁହେଁ ଚାଷୀ ଜଣଙ୍କର ବେକକୁ ଧରି ପାଖାପାଖି ୫୦ଫୁଟ ପର୍ଯ୍ୟନ୍ତ ଟାଣିନେଇଥିଲା।
ଫଳରେ ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ବୃଦ୍ଧ ଚାଷୀ ଜଣଙ୍କ। ଏହା ବାଘ ଆକ୍ରମଣର ପ୍ରଥମ ମୃତ୍ୟୁ ନୁହେଁ। ପୂର୍ବରୁ ମଧ୍ୟ ଏହି ବର୍ଷ ନାଗପୁରରରେ ଆଉ ଜଣଙ୍କ ଜୀବନ ନେଇଥିଲା ବାଘ। ତେବେ ଏହାକୁ ମିଶାଇ ମାହାରାଷ୍ଟ୍ରର ନାଗପୁରରେ ବାଘ ଆକ୍ରମଣରେ ଏହା ଦ୍ୱିତୀୟ ମୃତ୍ୟୁ।
ଝାମ୍ପିନେଲା ବାଘ: ତେବେ ଏହି ଘଟଣାଟି ମହାରାଷ୍ଟ୍ରର ନାଗପୁରର ବୋଲି ଜଣାପଡିଛି। ଶୁକ୍ରବାର ଦିନ ମଧ୍ୟାହ୍ନ ସମୟରେ ପରସେବନି ତହସିଲର କୋନ୍ଧସାବଲୀ ଗାଁ ନିକଟରେ ଏହି ଘଟଣା ଘଟିଥିଲା। ଯେତେବେଳେ ନାଗପୁରର ଚାଷୀ ଦଶରଥ ଧୋଟେ ଗାଈ ବାଛୁରୀ ଚରେଇବା ପାଇଁ କ୍ଷେତକୁ ଯାଉଥିଲେ। ବାଘ ତାଙ୍କ ଉପରକୁ ଆକ୍ରମଣ କରିଥିଲା।
ପୂର୍ବରୁ ବୁଦା ଭିତରେ ଛକି ରହିଥିବା ବାଘଟି ଦଶରଥଙ୍କୁ ସେହି ବାଟ ଦେଇ ଯାଉଥିବାର ଦେଖି ତାଙ୍କ ଉପରକୁ ଝାମ୍ପ ମାରିଥିଲା। ଆଉ ଘୋଷାଡ଼ି ଘୋଷାଡି ଜଙ୍ଗଲ ଭିତରକୁ ନେଇଯାଇଥିଲା।
ଘରଲୋକ ପହଞ୍ଚିଲେ: ଯେତେବେଳେ ବାଘଟି ଦଶରଥଙ୍କ ଉପରକୁ ଡିଆଁ ମାରିଥିଲା। ସେତେବେଳେ ସେ ପ୍ରାଣ ବିକଳରେ ଜୋରେ ଚିଲାଇବା ଆରମ୍ଭ କରିଥିଲେ। ହେଲେ ବାଘଟି ସଙ୍ଗେ ସଙ୍ଗେ ଚାଷୀ ଜଣଙ୍କର ବେକକୁ ଧରି ପ୍ରାୟ ୫୦ ଫୁଟ ପର୍ଯ୍ୟନ୍ତ ଟାଣି ନେଇଥିଲା।
ପରେ ଦଶରଥଙ୍କ ପାଟି ଶୁଣି ସଙ୍ଗେ ସଙ୍ଗେ ତାଙ୍କ ପୁଅ ଓ ଗାଁ ଲୋକେ ଉଦ୍ଧାର କରକିବାକୁ ଦୌଡି ଆସିଥିଲେ। ଗ୍ରାମବାସୀଙ୍କ ହୋ ହାଲ୍ଲା ଶୁଣି ବାଘଟି ଜଙ୍ଗଲ ଭିତରକୁ ପଳାଇଥିଲା। ହେଲେ ସେତେବେଳକୁ ଦଶରଥଙ୍କର ମୃତ୍ୟୁ ହୋଇସାରିଥିଲା।