fbpx

ବାଘ ଚମଡ଼ା ଜବତ କଲା ଏସଟିଏଫ, ଜଣେ ଗିରଫ, ଜଣେ ଫେରାର

ସମ୍ବଲପୁର: ଜଙ୍ଗଲରେ ଜୀବଜନ୍ତୁଙ୍କ ସଂଖ୍ୟା କମିଯିବାରୁ ସରକାର ଏନେଇ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଏହା ସତ୍ତେ୍ୱ ଲୋକମାନେ ଟଙ୍କା ଲୋଭରେ ପଶୁ ଶିକାର କରିବାକୁ ପଛାଉ ନାହାନ୍ତି । ଆଜି ଏପରି କିଛି ଘଟଣା ସାମ୍ନାକୁ ଆସିଛି । ରାଜ୍ୟରେ ଏକ କଲାରପତରିଆ ବାଘ ଚମଡା ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଏକ କଲରାପତରିଆ ବାଘ ଚମଡ଼ା ଜବତ କରିଛି । ସମ୍ବଲପୁରର ନାକଟି ଦେଉଳିଆରେ ଦୁଇଜଣ ଯୁବକ ଏହି ବାଘ ଛାଲକୁ ବିକ୍ରି କରୁଥିଲେ । ଗ୍ରାହକଙ୍କ ସହ ୫ଲକ୍ଷ ଟଙ୍କାର ଡିଲ୍ କରୁଥିଲେ । ଏହି ସମୟରେ ହଠାତ ଏସଟିଏଫ ସେମାନଙ୍କୁ ମାଡିବସିଲା ।

ଘଟଣାସ୍ଥଳରେ ଏସଟିଏଫ ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିବା ବେଳେ ଅନ୍ୟ ଜଣେ ଖସି ପଳାୟନ କରିଛି । ପଳାୟନ କରିଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି ଚାଲିବା ସହ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.