ଯୋଜନା କରି ମାରିଦେଲେ ବାଘୁଣୀ ଓ ତା’ର ୪ ଛୁଆଙ୍କୁ, ତଦନ୍ତ ହେବାରୁ ଜଣାପଡିଲା ସତ
ବିଷାକ୍ତ ଗାଈ ଖାଇ ବାଘୁଣୀ ଓ ତା’ର ୪ ଛୁଆଙ୍କ ମୃତ୍ୟୁ
ବେଙ୍ଗାଲୁରୁ: ବାଘୁଣୀ ଏବଂ ତା’ର ଚାରି ଛୁଆଙ୍କ ମୃତ୍ୟୁ, ସେ ପୁଣି ଯୋଜନାବଦ୍ଧ ଭାବରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ।
ପ୍ରତିଶୋଧ ପାଇଁ ଗୋଟିଏ ମଲା ଗାଈ ଦେହରେ ବିଷ ଲେପନ କରି ଫୋପାଡ଼ି ଦେଇଥିଲେ ଗ୍ରାମବାସୀ, ଯାହାକୁ ଖାଇଲା ପରେ ବାଘୁଣୀ ଏବଂ ତାର 4 ଛୁଆଙ୍କର ମୃତ୍ୟୁ ଘଟିଛି।
ବାସ୍ତବରେ, ବାଘୁଣୀଟି ଗୋଟିଏ ଗାଈକୁ ମାରି ଜଙ୍ଗଲକୁ ଟାଣି ନେଇଥିଲା। ସେ ଏବଂ ତା’ର ତିନୋଟି ଛୁଆ ଆଂଶିକ ଭାବରେ ମାଂସ ଖାଇ ଫେରିଯାଇଥିଲେ। ତା ପରେ ସ୍ଥାନୀୟ ଲୋକେ ଯେତେବେଳେ ଗାଈର ମୃତଦେହକୁ ଦେଖିଲେ ସେମାନେ ରାଗିଯାଇ ପ୍ରତିଶୋଧ ନେବା ପାଇଁ ସେହି ମୃତଦେହରେ ବିଷ ଲେପ ଦେଇ ଛାଡ଼ିଦେଲେ।
କିଛି ସମୟ ପରେ ବାଘୁଣୀ ଏବଂ ଛୁଆମାନେ ପୁଣି ଥରେ ଯେତେବେଳେ ଶିକାର କରିବାକୁ ଆସିଲେ ସେହି ବିଷ ଲେପା ଗାଈର ମୃତଦେହକୁ ଖାଇ ତାଙ୍କର ଜୀବନ ଚାଲିଗଲା।
ଘଟଣା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ପ୍ରୋଟୋକଲ ଅନୁଯାୟୀ ପଶୁଚିକିତ୍ସା ଦଳ ପୋଷ୍ଟମର୍ଟମ କରିଛନ୍ତି। କର୍ତ୍ତୃପକ୍ଷମାନେ ଗାଈର ମୃତଦେହ ମଧ୍ୟ ଉଦ୍ଧାର କରିଛନ୍ତି ଏବଂ ଏହାର ମାଲିକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।
ଏହି ଘଟଣା ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଉପରେ ଚିନ୍ତା ସୃଷ୍ଟି କରିଛି ଏବଂ ସଂରକ୍ଷିତ ଅଞ୍ଚଳରେ ପ୍ରତିଶୋଧମୂଳକ ହତ୍ୟାକୁ ରୋକିବା ପାଇଁ ସଚେତନତା ଏବଂ କଠୋର କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତାକୁ ସ୍ପଷ୍ଟ କରିଛି।