fbpx
BSKY SKY
BSKY SKY

ରାଜଧାନୀରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ଗଲାଣି ୮୯ ମୁଣ୍ଡ

BSKY

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ମହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । କୋଭିଡ୍ ର ଦ୍ୱିତୀୟ ଲହର ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଦ୍ୱିବିଧା ହୋଇ ଠିଆ ହୋଇଛି । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ, ବୁଧବାର ସୁଦ୍ଧା ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରେ ୧୦୪୪ ମାମଲା ସାମନା ଆସିଛି ଏବଂ ୮୯ ଲୋକ ପ୍ରାଣ ହରାଇଛନ୍ତି । ଏଯାବତ୍ ୯୨ ଜଣ ଏଥିରୁ ସୁସ୍ଥ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ସେ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ମହାମାରୀ ପାଇଁ ଉଦ୍ଦିଷ୍ଟ ମେଡିସିନ୍ ର ଅଭାବ ନେଇ ମଧ୍ୟ ମତ ପ୍ରକାଶ କରିଛନ୍ତି ।

ଏଥିସହିତ ଦିଲ୍ଲୀ ହାଇକୋର୍ଟ ମଧ୍ୟ ବୁଧବାର କହିଛନ୍ତି ଯେ, ଦିଲ୍ଲୀ ସରକାର ଯଦି ଲୋକଙ୍କୁ ସମୟସୀମା ମଧ୍ୟରେ ଦୁଇଟି ଯାକ ଡୋଜ୍ ଦେଇପାରୁନାହାନ୍ତି ତାହେଲେ ହଠାତ୍ ଏତେ ସଂଖ୍ୟକ ଟିକାକରଣ କେନ୍ଦ୍ର ଖୋଲିବାର କିଛି ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟକ୍ରମ ଆଧାରରେ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା । ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି । ତେବେ ରାଜ୍ୟରେ କୋଭିଡ୍ ମାମଲାରେ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି । ବୁଧବାର ଦିଲ୍ଳୀରେ କରୋନା ସଂକ୍ରମଣ ହାର ୦.୭୮ ପ୍ରତିଶତ ରହିଥିଲା । ଗୋଟିଏ ସମୟ ଥିଲା ନୂଆ ମାମଲା ଦୈନିକ ୨୮ ହଜାରରେ ପହଞ୍ଚିଯାଇଥିଲା । ତେଣୁ ଲୋକମାନଙ୍କୁ କରୋନାର ସମସ୍ତ ନିୟମାବଳୀ ମାନିବା ଦରକାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.