fbpx

ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ । ଗତ ମାସ ମେ’ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କରୋନା ପଜିଟିଭ୍ ଙ୍କ ସଂଖ୍ୟା ପିକ୍‌ରେ ରହିଥିଲା । ହେଲେ ତା’ ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ସଂକ୍ରମଣ ଅଧିକ ରହିଛି । ଆଉ ୧୦ରୁ ୧୫ ଦିନ ଭିତରେ ସୁଧାର ଆସିବ । ଜାତୀୟ ସ୍ତରଠାରୁ ମୃତ୍ୟୁ ହାରରେ ଆମ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି । କୋଭିଡ୍ ସଂକ୍ରମିତଙ୍କ ଠାରେ ଅନ୍ୟ ରୋଗ ଯେପରିକି ଡାଇବେଟିସ, ରକ୍ତଚାପ ଭଳି ରୋଗ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି ।

ବର୍ତ୍ତମାନ ସଂକ୍ରମିତଙ୍କ ଠାରେ ଭାରତ ଭାରିଆଣ୍ଟ B1.617.2 ବା ଡେଲଟା ଭୂତାଣୁ ଦେଖାଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି । ପ୍ରଥମ ଲହରରେ B1.617.1 ଭୂତାଣୁ ଦେଖାଦେଇଥିଲା । ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ର ସଂକ୍ରମଣ ନିୟନ୍ତ୍ରିତ ଷ୍ଟେଜରେ ରହିଛି । ଟିକା ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ କେସକୁ ଅନୁଧ୍ୟାନ କରାଯାଉଛି । ଏଥିସହ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ତୃତୀୟ ଲହରରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।

Get real time updates directly on you device, subscribe now.