Breaking: ରାସନ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର। ଏଣିକି ସକାଳେ ଓ ସନ୍ଧ୍ୟାରେ ବଣ୍ଟାଯିବ ରାସନ ସାମଗ୍ରୀ। ସକାଳ ୭ରୁ ୧୦, ସନ୍ଧ୍ୟା ୫ରୁ ୮।
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର। ରାସନ ସାମଗ୍ରୀ ବଣ୍ଟନ ପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି। ସକାଳ ୭ରୁ ୧୦ଟା ଯାଏଁ ରାସନ ବଣ୍ଟନ ହେବା ନେଇ ନିଷ୍ପତ୍ତି ହୋଇଛି।
ଏହାସହ ସନ୍ଧ୍ୟା ୫ରୁ ୮ ମଧ୍ୟରେ ମଧ୍ୟ ରାସନ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି। ଏନେଇ ପଦକ୍ଷେପ ନେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ସୁଲଭ ମୂଲ୍ୟ ଦୋକାନରେ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ପାନୀୟ ଜଳ, ଓଆରଏସ୍ ମହଜୁଦ୍ ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି।
ଯେହେତୁ ଗ୍ରୀଷ୍ମପ୍ରବାହ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେଣୁ ସତର୍କ ରହିବାକୁ ସମସ୍ତଙ୍କୁ ପରାମର୍ଷ ଦିଆଯାଉଛି। ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଉଛି। ଦିନ ସମତେ ରାତିର ତାପମାତ୍ରା ମଧ୍ୟ ୨ରୁ୪ ଡିଗ୍ରୀ ବଢିପାରେ। ତେଣୁ ରାସନ ସାମଗ୍ରୀ ବଣ୍ଟନ ପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି।