ଗ୍ରୀଷ୍ମପ୍ରବାହ ପ୍ରଭାବ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ବଦଳିଲା ସମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ତେବେ ଗ୍ରୀଷ୍ମ ପ୍ରବାହ ନେଇ ନନ୍ଦନକାନନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ଏପ୍ରିଲ ୧ ତାରିଖଠାରୁ ନୂଆ ସମୟରେ ଖୋଲିବ ପ୍ରାଣୀଉଦ୍ୟାନ ।

ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ସକାଳ ୭ ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଖୋଲିବ ନନ୍ଦନକାନନ ପ୍ରାଣୀଉଦ୍ୟାନ । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେପଟେ ରାଜ୍ୟରେ ତାପମାତ୍ରା ୪୨ଂ ଛୁଇଁଛି । ୪୨.୨ଂ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼ । ଏହାପଛକୁ ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀରରେ ୪୧.୨ଂ ତାପମାତ୍ରା ରେକର୍ଡ ହୋଇଥିବାବେଳେ । ସମ୍ବଲପୁର-୪୦.୧, ବୌଦ୍ଧ-୪୧, ମାଲକାନଗିରି-୪୦ଂ ସୁନ୍ଦରଗଡ଼-୪୦, କଟକ-୩୪.୬ ଓ ଭୁବନେଶ୍ୱରରେ ୩୫.୬ଂ ତାପମାତ୍ରା ରେକର୍ଡ କରାଯାଇଛି ।