CHARIDHAM

ଅଏଲି ତ୍ଵଚାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ତ୍ୱଚାର ଯତ୍ନ ନେଇ ପାରୁନେ।ତେଣୁ ତ୍ଵଚା ଅଏଲି ହୋଇଯାଇଥାଏ। ଯାହା ଫଳରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ।ଏଥିରୁ ମୁକ୍ତି ପାଇବା ପାଇଁ ନାନା ବିୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରାଯାଉଛି। ଏହା ସତ୍ତ୍ୱେ ଅଏଲି ସ୍କିନ୍‌ ସମସ୍ୟା ଦୂର ହେଉନାହିଁ। କିନ୍ତୁ ଘରୋଇ ଉପାୟ ରେ ଏହି ସମସ୍ୟା ଦୂର କରାଯାଇପାରିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଘରୋଇ ଉପାୟ।

ମୁଲତାନି ମିଟିରେ ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାଇଲେ ଅଏଲି ତ୍ୱଚାରୁ ମୁକ୍ତି ମିଳିଥାଏ।

ବେସନ୍‌ରେ ଅଳ୍ପ ହଳଦୀ ଓ ପାଣି ମିଶାଇ ଏକ ପେଷ୍ଟ ବନାନ୍ତୁ। ଏହାକୁ ତ୍ୱଚାର ଲଗାଇ ୩ରୁ ୪  ମିନିଟ ରଖି ଧୋଇଦିଅନ୍ତୁ।

ଲେମ୍ବୁ ରସ ବାହାର କରି ଚେହେରାରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ।

ସେଉ ଓ ପାଚିଲା ଅମୃତଭଣ୍ଡା ନିୟମିତ ଲଗାନ୍ତୁ। ଏହା ଦ୍ୱାରା ଚେହେରାରେ ଥିବା ଦାଗ ପଳାଇବା ସହ ଅଏଲି ସମସ୍ୟା ମଧ୍ୟ ଦୂର ହୋଇଯାଏ।