fbpx

ଇମ୍ୟୁନିଟି ପାୱାର ବଢାଇବା ପାଇଁ କାଢା, ଏବେ ଅଧିକ ଭାଇରଲ ହେଉଛି

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିହାତି ଦରକାର। ଏନେଇ ଆପଣ ପ୍ରତିଦିନ ସକାଳେ ଚ୍ୟୱନପ୍ରାଶ୍ ଏବଂ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି। କାଶ, ଥଣ୍ଡା, ଜ୍ୱର ଓ ଗଳାରେ ଯନ୍ତ୍ରଣା ଭଳି ସମସ୍ୟାକୁ ଏଡ଼ାଇବା ପାଇଁ କାଢା ପିଇବାକୁ ଆୟୁଷ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର କାଢା ପ୍ରସ୍ତୁତ କରାଯାଇଥାଏ। କେଉଁଠି ଅଦା ଓ ଗୋଲମରିଚରେ କାଢା ପ୍ରସ୍ତୁତ କରାଯାଏ, ତ ଅନ୍ୟ କେଉଁଠି ତୁଳସୀ ପତ୍ରରେ କାଢା ତିଆରି କରାଯାଏ।

ଥଣ୍ଡା, କାଶ ଏବଂ ଗଳା ସମସ୍ୟାରୁ ମୁକ୍ତି ପାଇବା ପାଇଁ ତୁଳସୀ କାଢା ରାମବାଣ ସଦୃଶ। ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଟିକେ ଲୁଣ ମିଶାଇ କାଢା ପ୍ରସ୍ତୁତ କରନ୍ତୁ। ଏହି କାଢାକୁ ପିଇବା ଦ୍ବାରା ଫ୍ଲୁ ରୋଗରୁ ଶୀଘ୍ର ଆରୋଗ୍ୟ ଲାଭ ହୁଏ।

ଅଦା କାଢା ଅନେକ ପ୍ରାକୃତିକ ଉପାଦାନର ଭଣ୍ଡାର ବୋଲି କୁହାଯାଏ। ଅଦାରେ ଅନେକ ଭିଟାମିନ୍, ମାଙ୍ଗାନିଜ୍ ଏବଂ କପର ରହିଛି। ଅଦା କାଢା ପିଇବା ଦ୍ୱାରା ରୋଗ ପ୍ରତିରୋଧକ ପ୍ରକ୍ରିୟା ଶକ୍ତିଶାଳୀ ହୁଏ।

Get real time updates directly on you device, subscribe now.