fbpx

ମଥାରେ ଓଢଣା ଦେଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ

ଅଧିକାଂଶ ସମୟରେ ନାରୀମାନେ ନିଜର ଶାଢୀ ଅଥବା ଚୁନରୀକୁ ବ୍ୟବହାର କରି ମଥାରେ ଓଢଣା ଦେଇଥାଆନ୍ତି।ବିଶେଷ କରି ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ମଥାରେ ଓଢଣୀ ଦେବା ନିତ୍ୟାନ୍ତ ଆବଶ୍ୟକ। ମଥାରେ ଓଢଣୀ ଦେବା ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି। ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି।

– ପୂଜାର୍ଚ୍ଚନା ସମୟରେ ମଥାରେ ଓଢଣା ଦେବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଏକାଗ୍ରତା ବୃଦ୍ଧି ପାଇଥାଏ। ପୂଜା ସଫଳ ହେବା ସହ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

– ମନ୍ଦିରକୁ ଗଲେ ସେଠାରେ ମଥାରେ ଓଢଣା ଦେଇ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଆପଣ ପ୍ରଭଙ୍କୁୁ ଭକ୍ତିର ସହ ଆଦର, ସମ୍ମାନ ଦେଉଛନ୍ତି ବୋଲି କୁହାଯାଏ।

– ସେହିପରି ପରିବାରର ଗୁରୁଜନଙ୍କ ସମ୍ମୁଖରେ ଓଢଣା ଦେଲେ ତାଙ୍କୁ ସଠିକ ସମ୍ମାନ ଦେଉଛନ୍ତି ବୋଲି ମାନ୍ୟତା ରହିଛି।

– ମଥାରେ ଓଢଣା ଦେଲେ ନକରାତ୍ମକ ଶକ୍ତି ଆପଣଙ୍କ ଠାରୁ ଦୂରେଇ ରହିଥାଏ।

Get real time updates directly on you device, subscribe now.