fbpx

ଭୁଲ୍ ବିପି ରିଡିଂ ବଢାଇ ଦେଇପାରେ ସମସ୍ୟା, ଜାଣନ୍ତୁ କିଭଳି ସଠିକ୍ ସମୟ ଓ ସଠିକ୍ ଉପାୟରେ ବିପି ଚେକ୍ କରିବେ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଭୁଲ୍ ଜୀବନଶୈଳୀ କାରଣରୁ ବହୁ ସଂଖ୍ୟାରେ ଲୋକମାନେ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଆମେରିକା ହାର୍ଟ ଆସୋସିଏସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବହୁ ଲୋକ ଘରେ ଠିକ୍ ଉପାୟରେ ବିପି ଚେକ୍ କରୁନାହାନ୍ତି । ଡିଜିଟାଲ୍ ବ୍ଲଡ ପ୍ରେସର ମନିଟର ମେସିନରେ ବିପିର ଭୁଲ୍ ରିଡିଂ କରୁଛନ୍ତି ଏବଂ ଏହାଦ୍ୱାରା ସମସ୍ୟା ଆହୁରି ବଢି ଯାଉଛି । ଏହାକୁ ନେଇ ଭାରତୀୟ ମେଡିକାଲ ଆସୋସିଏସନ ସହ ଜଡିତ ଡାକ୍ତର ଓ କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ସଦସ୍ୟ ଘରେ ବିପି ଚେକ୍ କରିବାର ସଠିକ୍ ଉପାୟ କହିଛନ୍ତି । ଆସନ୍ତୁ ସେ ସଂପର୍କରେ ଜାଣିବା… ।
ବିପି ଚେକ୍ କରିବା ସମୟରେ ନିମ୍ନୋକ୍ତ ଦିଗ ଉପରେ ଧ୍ୟାନ ଦିଅନ୍ତୁ:
ଆମେରିକାନ୍ ହାର୍ଟ ଆସୋସିଏସନ୍ କହିଛି ବିପି ଚେକ୍ କରିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବା ଉଚିତ । ଏହାମଧ୍ୟରୁ ଗୋଟିଏ ହେଉଛି ବସିବାର ତରିକା । ଏହା ବ୍ୟତିତ କୌଣସି ଶାରୀରିକ ପରିଶ୍ରମ କରିବା ପରେ ତୁରନ୍ତ ବିପି ଚେକ୍ କରନ୍ତୁ ନାହିଁ । ଘରେ ବିପି ଚେକ୍ କରିବା ପୂର୍ବରୁ ୟୁରିନ୍ ବ୍ଲାଡରକୁ ମଧ୍ୟ ଖାଲି କରିନେବା ଉଚିତ । ବିଛଣାରେ ବସି ବି ବିପି ଚେକ୍ କରନ୍ତୁ ନାହିଁ ।

ଡାକ୍ତରଙ୍କ ଅନୁସାରେ ବିପି ଚେକ୍ କରିବା ସମୟରେ ଚେୟାରରେ ବସନ୍ତୁ ଓ ପିଠିକୁ ଚେୟାର ସାହାରାରେ ପୁରା ସିଧା ରଖନ୍ତୁ । ପାଦକୁ ଭୂମି ସହ ମିଶାଇ ରଖନ୍ତୁ । ବିପି ଚେକ୍ କରାଉଥିବା ସମୟରେ ହାତର କହୁଣୀ ଚେୟାର ହାତ ଉପରେ ପୁରା ସିଧା ରହିବା ଉଚିତ । ଏପରି କରିବା ଦ୍ୱାରା ରିଡିଂ ସଠିକ୍ ଆସିଥାଏ । ଅନ୍ୟପକ୍ଷରେ ବେଡ୍ ଉପରେ ଶୋଇ ବିପି ଚେକ୍ କରିବା ଦ୍ୱାରା ରିଡିଂ ପୁରା ଠିକ୍ ଆସି ନ ଥାଏ ।

Get real time updates directly on you device, subscribe now.