fbpx

ମୋଦୀଙ୍କୁ ଚିଠି ଲେଖିଲେ ନବୀନ; ମନରେଗା ବକେୟା ପ୍ରଦାନ କର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବକେୟା ମନରେଗା ଅର୍ଥରାଶି ପ୍ରଦାନ କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି ନବୀନ । ମନରେଗା ବାବଦରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କାର ବକେୟା ରହିଛି ।

କୋଭିଡ ମହାମାରୀ ସମୟରେ ଲକ୍ଷାଧିକ ପ୍ରବାସୀ ଓଡ଼ିଶା ଫେରିଛନ୍ତି । ଗ୍ରାମାଞ୍ଚଳରେ ଅଧିକ କର୍ମନିଯୁକ୍ତି ପ୍ରଦାନ କରିବାରେ ସହାୟତା କରୁଛି ମନରେଗା । ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମିକ ଦିବସ ଦାବି କରିୀଛନ୍ତି ଓଡ଼ିଶା ସରକାର ।

Get real time updates directly on you device, subscribe now.