ନୂଆଦିଲ୍ଲୀ: ସାଇବର କ୍ରାଇମକୁ ରୋକିବା ପାଇଁ ଲଗାତର ଭାବେ ସରକାରଙ୍କ ପକ୍ଷରୁ ପ୍ରୟାସ ଜରି ରହିଛି । ଏ ଦିଗରେ ବର୍ତ୍ତମାନ ଟେଲିକମ୍ ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଜିଓ, ଏୟାରଟେଲ, ଭୋଡାଫୋନ୍ ଏବଂ ବିଏସଏନଏଲ୍ ସାଇବର କ୍ରାଇମ୍ ଜାଗରଣ ଜନୀତ କଲର ଟ୍ୟୁନ୍ ବଜେଇବେ । ଦିନକୁ ୮ରୁ ୧୦ ଥର କଲର ଟ୍ୟୁନ୍ ବଜେଇବାକୁ ଭାରତୀୟ ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅର୍ଡିନାନ୍ସ ସେଣ୍ଟର (୧୪ସି) ଜରିଆରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ୧୮ ଡିସେମ୍ବରରେ ଜାରି ହୋଇଥିବା ଅର୍ଡରରେ କୁହାଯାଇଛି ଯେ, ୟୁଜରମାନଙ୍କ ମଧ୍ୟରେ ସାଇବର କ୍ରାଇମ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ପାଇଁ ପତ୍ୟେକ ଟେଲିକମ୍ କମ୍ପାନୀ କଲର ଟ୍ୟୁନ୍ ବାଜେଇବାକୁ ବାଧ୍ୟ । ଯଦି କୌଣସି ବ୍ୟକ୍ତି କାହାକୁ କଲ୍ କରନ୍ତି ତେବେ ଏହି କଲର ଟ୍ୟୁନ୍ ବାଜିବ ।
ଇଣ୍ଟରନେଟର ବହୁଳ ବ୍ୟବହାର କାରଣରୁ ସାଇବର ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ଫେକ୍ କଲ୍ କରି ଲୋକଙ୍କ ଡେଟା ଚୋରି କରାଯାଉଥିବାବେଳେ ଅନେକ ସମୟରେ ଆକାଉଣ୍ଟରୁ ଟଙ୍କା ମଧ୍ୟ ଗାଏବ ହେଉଯାଉଛି । ଯାହାପାଇଁ ସରକରଙ୍କ ଚିନ୍ତା ବଢ଼ିଯାଇଛି । କେନ୍ଦ୍ର ସରକାର ଏ ନେଇ ବହୁ ନିୟମ ଲାଗୁ କରିବା ସହ ଫେକ୍ ଆକାଉଣ୍ଟ ବ୍ୟାନ୍ ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଭାରତୀୟ ଟେଲିକମ୍ ପାଳି । ସାଇବର ଠକେଇ ରୋକିବା ଦିଗରେ ଏବେ ଅଣ୍ଟା ଭିଡ଼ିଛି ଟେଲିକମ୍ୟୁନିକେସନ ବିଭାଗ ।