fbpx

ସିଗାରେଟ୍ ପ୍ୟାକେଟରେ ଲେଖାଯିବ ‘ତମାଖୁ ସେବନ ମାନେ ଅକାଳ ମୃତ୍ୟୁ’, ଗାଇଡଲାଇନ୍ ଜାରି କଲେ ସରକାର

ନୂଆଦିଲ୍ଲୀ: ସିଗାରେଟ୍ ହେଉ କିମ୍ବା ଗୁଟକା, ସମସ୍ତ ନିଶାଦ୍ରବ୍ୟ ପ୍ୟାକେଟ୍‌ରେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସ୍ପଷ୍ଟ ଭାବରେ ଚିତ୍ରିତ କରାଯାଇଥାଏ। ଏହା ପରେ ମଧ୍ୟ ଲୋକେ ଏଥିପ୍ରତି ନଜର ଦେଇ ନଥାନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟର ପ୍ୟାକେଜିଂ ପାଇଁ ନୂତନ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସିଗାରେଟ୍ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ପ୍ୟାକେଟ୍‌ରେ ଏଗୁଡ଼ିକର ସେବନ କରିବା ଦ୍ୱାରା ଅକଳ ମୃତ୍ୟୁର ଶିକାର ହେବେ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯିବ ।

ଜୁଲାଇ ୨୧ ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ନିୟମ ଜାରି କରାଯାଇଛି। ଡିସେମ୍ବର ୧, ୨୦୨୨ ରୁ ନୂତନ ନିୟମ କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ, ପ୍ୟାକେଟର ପଛ ପାର୍ଶ୍ୱରେ, ଏକ କଳା ପୃଷ୍ଠଭୂମିରେ ଧଳା ଅକ୍ଷରରେ ଲେଖାଯିବ, ନିଶାଦ୍ରବ୍ୟ ଛାଡ଼ିବା ପାଇଁ ଆଜି ହିଁ ଏହି ନିମ୍ବର ୧୮୦୦-୧୧-୨୩୫୬ କୁ କଲ କରନ୍ତୁ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ କୌଣସି ପ୍ରକାରର ତମାଖୁ କିମ୍ବା ଏହା ମିଶ୍ରଣ ହୋଇଥିବା କୌଣସି ପଦାର୍ଥକୁ ନାବାଳକଙ୍କୁ ବିକ୍ରୟ କରିବା ହେଉଛି ଶିଶୁ ଜଷ୍ଟିସ୍ ଆକ୍ଟ ୨୦୧୫ ର ଧାରା ୭୭ ର ଉଲ୍ଲଂଘନ। ଏହି ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ତମାଖୁ ସେବନ ହେତୁ ପ୍ରତିବର୍ଷ ପ୍ରାୟ ୮ ନିୟୁତ ମୃତ୍ୟୁ ଲୋକଙ୍କ ଘଟିଥାଏ। ତମାଖୁ ସେବନକୁ ବନ୍ଦ କରିବା ପାଇଁ ପ୍ରତିବର୍ଷ ମେ ମାସ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ।

 

 

Get real time updates directly on you device, subscribe now.