fbpx

ଦିନର ଅଲଗା ଅଲଗା ସମୟରେ ଉପଭୋକ୍ତା ଦେବେ ଅଲଗା ଅଲଗା ବିଜୁଳି ବିଲ୍, କେବେଠାରୁ ଲାଗୁ ହେବ ଜାଣି ନିଅନ୍ତୁ

Advertisement

ନୂଆଦିଲ୍ଲୀ:ଦିନକୁ ଦିନ ଯେପରି ବିଜୁଳି ବିଲ୍ ବଢିବାରେ ଲାଗିଛି ତାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କିନ୍ତୁ ଏବେ ଉପଭୋକ୍ତାଙ୍କ ଲାଗି ଏକ ଖୁସି ଖବର ଆସିଛି । ଏବେ ଉପଭୋକ୍ତା ସାରା ଦିନ ଲାଗି ଗୋଟିଏ ରେଟ୍ ରେ ବିଜୁଳି ବିଲ୍ ଦେବା ପରିବର୍ତ୍ତେ ଦିନର ଅଲଗା ଅଲଗା ସମୟ ଲାଗି ଅଲଗା ଅଲଗା ଦରରେ ବିଜୁଳି ବିଲ୍ ଦେବେ । ଏହିପରି ଭାବରେ ଉପଭୋକ୍ତା ସହଜରେ ନିଜର ବିଲ୍ କମାଇ ପାରିବ ।

କେନ୍ଦ୍ର ସରକାର ଏବେ ଦେଶରେ ବିଜୁଳି ବିଲ୍ ଧାର୍ଯ୍ୟ କରିବାକୁ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ସରକାର ଏବେର ବିଜୁଳି ଶୁଳ୍କ ଆଦାୟ କରିବାର ପ୍ରକ୍ରିୟାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ଏହି କ୍ରମରେ ସରକାର ଏବେ ଦିନର ସମୟ (ଟିଓଡି) ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଲାଗୁ ହେବା ପରେ ଉପଭୋକ୍ତା ୨୦ ପ୍ରତିଶତ ବିଜୁଳି ବିଲ୍ ସଞ୍ଚୟ କରିପାରିବେ । ଏହି ଟିଓଡି ଜରିଆରେ ଦିନର ଅଲଗା ଅଲଗା ସମୟ ଲାଗି ଅଲଗା ଅଲଗା ବିଜୁଳି ଦର ଲାଗୁ ହେବ ।

ନୂଆ ନିୟମ ଅନୁସାରେ ସୌର ଘଣ୍ଟା(ଦିନର ସମୟ) ଅନୁଯାୟୀ ଶୁଳ୍କ ସ୍ୱଭାବିକରୁ ୧୦ରୁ ୨୦ ପ୍ରତିଶତ କମ୍ ହେବ । ସେହିପରି ପିକ୍ ସମୟରେ ଶୁଳ୍କ ୧୦ରୁ ୨୦ ପ୍ରତିଶତ ଅଧିକ ରହିବ । କେନ୍ଦ୍ରୀୟ ବିଜୁଳି ତଥା ଶକ୍ତି ମନ୍ତ୍ରୀ ଆର୍.କେ ସିଂହଙ୍କ ଅନୁଯାୟୀ ଏହି ନୂଆ ନିୟମ ଦ୍ୱାରା ଉପଭୋକ୍ତାଙ୍କୁ ପ୍ରତିବର୍ଷ ଲାଭ ହେବ । ଟିଓଡି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ବିଜୁଳିର ପିକ୍ ସମୟରେ ଉପଭୋକ୍ତା ଅଧିକ ବିଜୁଳି ଖର୍ଚ୍ଚ ହେଉଥିବା କାମରୁ ନିଜକୁ ଦୂରେଇ ରଖିବ ।

ତେବେ ଏହି ଟିଓଡିର ନୂଆ ନିୟମ ଏପ୍ରିଲ ୨୦୨୪ରୁ ଲାଗୁ ହେବ । ଏହା ପ୍ରଥମେ କମର୍ସିଆଲ୍ ଓ ଇଣ୍ଡଷ୍ଟ୍ରିଆଲ୍ ଉପଭୋକ୍ତାଙ୍କ ଲାଗି ଲାଗୁ ହେବ । ଏପ୍ରିଲ ୨୦୨୫ରୁ କୃଷି ଉପଭୋକ୍ତାଙ୍କୁ ଛାଡି ଏହା ଅନ୍ୟ ସମସ୍ତ ଉପଭୋକ୍ତାଙ୍କ ଲାଗି ଲାଗୁ ହେବ । କିନ୍ତୁ ସ୍ମାର୍ଟ ମିଟର ଗ୍ରାହକଙ୍କ ଲାଗି ଏହି ବ୍ୟବସ୍ଥା ସେବେ ଲାଗୁ ହେବ ଯେତେବେଳେ ସେମାନେ ଏହି ନିୟମ ଅନୁଯାୟୀ ନୂଆ ପ୍ରକାର ମିଟର ଲଗାଇବେ ।

Get real time updates directly on you device, subscribe now.