fbpx

ଭୁବନେଶ୍ୱରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୨୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ନୂଆ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୧ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ସେମାନେ ସମସ୍ତେ ହୋମ କ୍ୱାରେଣ୍ଟିନରେ ଥିଲେ । ୧୧ଜଣଙ୍କ ମଧ୍ୟରୁ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ୬ଟି କେସ୍ ସାମ୍ନାକୁ ଆସିଛି । ସେମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୩୩, ୪୦, ୫୫, ୩୦, ୨୧ ଓ ୨୨ବର୍ଷ ରହିଛି । ସେହି ୬ଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ଏଠାରେ କନଷ୍ଟ୍ରକସନ କାମରେ ଥିଲେ ।

ସେହିପରି ଆଉ ଜଣେ ୨୭ବର୍ଷ ଯୁବକ ଆକ୍ରାନ୍ତ ମଧ୍ୟ ମଞ୍ଚେଶ୍ୱରରୁ ଚିହ୍ନଟ ହୋଇଥିବା ବେଳେ ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେହିପରି ୩୩ବର୍ଷୀୟ ଯୁବକ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ବାଣୀବିହାରର ଠିକା କାମରେ ନିୟୋଜିତ ଥିଲେ । ଆଉ ଅନ୍ୟ ତିନି ଜଣ ପୁରୁଷ ଆକ୍ରାନ୍ତ ରେଳ ବିଭାଗ କର୍ମଚାରୀ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୦,୨୮ ଓ ୩୮ ଓ ସେମାନେ ଦିଲ୍ଲୀରୁ ଫେରିଥିଲେ ବୋଲି ସୂଚନା ମିଳିଛି ।

ତେବେ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩ ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀ ଭୁବନେଶ୍ୱରରେ ୯୯ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Get real time updates directly on you device, subscribe now.