କଟକ, ୨୧ା୭(ଓଡ଼ିଶା କାସ୍କର): କଟକ ସହରରୁ ଆଜି ୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି । ସ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ୨୭ଜଣଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟିନରୁ ୨୧, ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ୫ ଓ ପେଡ଼୍ କ୍ୱାରେଣ୍ଟିନ କେନ୍ଦ୍ରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ଭଗତପୁର, ତନ୍ତିସାହି, କାଇବନ୍ତ ସାହି , କାଳୀଗଳି ଓ ଟୋଲଗେଟ ନିକଟ ଗୋପାଳପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ତେବେ କଟକ ସହରରୁ ବର୍ତ୍ତମାନ ସୁଦ୍ଧା ୩୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୫ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ହୋଇଛି । ଏବେ କଟକରେ ୧୬୫ ଆକ୍ଟିଭ କେସ୍ ରହିଛି ।
#COVID19 update in Cuttack city (CMC area)
Out of the 84 new COVID-19 +ve cases reported today in #Cuttack district, 32 +ve cases belong to Cuttack city (CMC area).
Another 8 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/16spBWRDEG
— CMC,Cuttack (@CMCCuttack) July 21, 2020