fbpx

ଆଜି ପୁଣି ରାଜ୍ୟରେ ୪୦ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ, ବରଗଡ଼, କଟକ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ପୁରୀରୁ ୪ ଜଣ, ଗଞ୍ଜାମ ଓ ଅନୁଗୁଳରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଜଣ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.