fbpx

ଆଜି ପୁଣି ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା, ଜାଣନ୍ତୁ କେଉଁ କେଉଟି ବନ୍ଦ ରହିବ ଆଟାକ୍

Advertisement

ନୂଆଦିଲ୍ଲୀ: ଆଜି ପୁଣିଥରେ ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଗତକାଲି ୩ଟି ସହରରେ ଯେୁଦ୍ଧ ବିରତି ଘୋଷଣା କରିବା ପରେ ଆଜି ୫ଟି ସହର ଉପରେ ରୁଷ ପକ୍ଷରୁ ଆକ୍ରମଣ ବନ୍ଦ ରହିବ । ୟୁକ୍ରେନର ଖାରକିଭ୍, ସୁମି, ମାରିଓପୋଲ, କିଭ୍ ଓ ଚେର୍ନିହିଭ୍ ରେ ସାମୟିକ ଭାବରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ବିଭିନ୍ନ ଦେଶର ଫସିଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଏହି ଯୁଦ୍ଧ ବିରତି ଘୋଷଣା କରାଯାଇଛି ।

ବେଲାରୁଷରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ରୁଷିଆର ପଦକ୍ଷେପ ସାମନାକୁ ଆସିଛି । ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣଶ କରିଛି ରୁଷ । ସୂଚନା ଥାଉ ଯେ, ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ନାଗରିକ ଦେଶ ଛାଡ଼ି ଅନ୍ୟତ୍ର ଚାଲିଗଲେଣି । ଏବେ ସୁଦ୍ଧା ମଧ୍ୟ ଦେଶ ଛାଡିବା ଜାରି ରଖିଛନ୍ତି ନାଗରିକ ।

Get real time updates directly on you device, subscribe now.