fbpx

ଆଜିଠୁ ଗଞ୍ଜାମରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ଜନସାଧାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଭିସି ଜରିଆରେ ଜଣାଇପାରିବେ

ଛତ୍ରପୁର (ଓଡ଼ିଶା ଭାସ୍କର): ଗଞ୍ଜାମ ଜ଼ିଲ୍ଲାରେ ପୁଣି ଆଜି ଠାରୁ ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହେବ । ମୋ ନିବେଦନ ପ୍ଲାଟଫର୍ମରେ ଜ଼ିଲ୍ଲାପାଳ ଅନ୍‌ଲାଇନରେ ଭିଡିଓ କନଫ୍ରେନ୍ସ ଜରିଆରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ସମ୍ପୃକ୍ତ ବ୍ଲକ ସହ ଯୋଡି ହେବେ ।

 

ଏହି ପାଇଲଟ କାର୍ଯ୍ୟକ୍ରମ ଭାବେ ସୋମବାର ପୂର୍ବାହ୍ନ ସାଢେ ୧୦ ଟାରେ ଜ଼ିଲ୍ଲାପାଳ ରଙ୍ଗେଈଲୁଣ୍ଡା ବ୍ଲକର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ଭିସିରେ ଯୋଡି ହେବେ । ଜନସାଧାରଣ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଭିସି ଜରିଆରେ ଜ଼ିଲ୍ଲାପାଳଙ୍କୁ ଜଣାଇପାରିବେ । ବିଭିନ୍ନ ବିଭାଗୀୟ ଅଧିକାରୀ ଉତ୍ତର ଦେବେ । ଏହି ୯୪୩୭୫୬୩୮୦୦ନମ୍ବରରେ ଜନସାଧାରଣ ଅଭିଯୋଗ ଜଣାଇପାରିବେ

Get real time updates directly on you device, subscribe now.