fbpx
BSKY SKY
BSKY SKY

ଆଜି ବାଜିବ ହକି ବଶ୍ୱ କପ୍ ବିଗୁଲ; ଦୁଲୁକିବ ବାରବାଟୀ ଷ୍ଟାଡିୟମ

BSKY

ଭୁବନେଶ୍ୱର: ଚଳିତ ଥର ପୁରୁଷ ବିଶ୍ୱ କପ୍ ୨୦୨୩ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ଚଳଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉରକେଲା । ଏତତ୍ ବ୍ୟତୀତ କଟକ ସହର ମଧ୍ୟ ଦୁଲୁକି ଉଠୁଛି । କାରଣ ଆଜି କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଏଥିସହିତ ବିଶ୍ୱ କପ୍ ହକି ୨୦୨୩ ପାଇଁ ଆଜି ବାଜିଯିବ ବିଗୁଲ । ଏନେଇ ନବବଧ ବେଶରେ ସଜେଇ ହୋଇଛି କଟକର ବାରବାଟୀ ଷ୍ଟାଡିୟମ୍ । ଏତତ୍ ବ୍ୟତୀତ ଏହି ଉଦଘାଟନୀ ଉତ୍ସବ ପାଇଁ ଆଜି ଦିନ ୧ଟାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏଥିସହିତ ବୈଷୟିକ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡିକ ମଧ୍ୟ ୩ଟା ପରେ ବନ୍ଦ ରହିବ । ଏନେଇ ଗତକାଲି ରାଜ୍ୟସରକାର ଘୋଷଣା କରିଛନ୍ତି ।

ତେବେ ବିଶ୍ବ କପ୍ ହକି ଉଦଘାଟନୀ ଉତ୍ସବ ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ ଆଇଟିଆଇ / ଡିପ୍ଲୋମା / ବୈଷୟିକ / ବୃତ୍ତିଗତ ଅନୁଷ୍ଠାନଗୁଡିକ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସ ବନ୍ଦ ରହିବ। ଏହି ସବୁ ଅନୁଷ୍ଠାନଗୁଡିକର ଛାତ୍ରମାନେ କିପରି ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହରକୁ ଉପଭୋଗ କରିପାରିବେ ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତି ନେଇଛନ୍ତି।

ଆଜିର ଏହି ବିଶ୍ୱ କପ୍ ହକିର ଉଦଘାଟନୀ ଉତ୍ସବରେ କଟକ ବାରବାଟୀ ଷ୍ଟାଡିୟମରେ ବଲିଉଡର ତାରକା ମାନେ ସେମାନଙ୍କର ଜଲୱା ଦେଖାଇବେ ।ଯେଉଁଥିରେ ମୁଖ୍ୟ ଆକର୍ଷଣ ରହିବେ ରଣବିରୀ ସିଂ ଏବଂ ଦିଶା ପଟ୍ଟାନୀ । ଏତତ୍ ବ୍ୟତୀତ ମ୍ୟୁଜିକ୍ କମ୍ପୋଜର ପ୍ରିତମ୍ ମଧ୍ୟ ଓଡିଶାରେ ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଜଣା ପଡିଛି । ଅନ୍ୟପକ୍ଷେ ବଲିଉଡ୍ ଅଭିନେତ୍ରୀ ଦିଶା ପଟ୍ଟାନି ଏବଂ ରଣବୀର ସିଂ ନିଜ ଡ୍ୟାନ୍ସର ଜଲୱା ଦେଖାଇବା ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ବିଶ୍ୱ କପ୍ ହକିର ଉଦ୍ଘାଟନୀ ଉତ୍ସବ ପାଇଁ କମ୍ପି ଉଠୁଛି ବାରବାଟୀ । ଯାହାକି ହକି ପ୍ରେମୀ ଏବଂ ସାଧାରଣ ଜନତାଙ୍କ ଉତ୍ସାକୁ ଦ୍ୱିଗୁଣିତ କରୁଛି ।

Get real time updates directly on you device, subscribe now.