fbpx
BSKY SKY
BSKY SKY

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଖୋଲିଲା ଧବଳେଶ୍ୱର ପୀଠ

BSKY

ଆଠଗଡ଼: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଧବଳେଶ୍ୱର ପୀଠ ଖୋଲିଲା । ଝୁଲାପୋଲ ବଦଳରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଏହି ଅସ୍ଥାୟୀ ରାସ୍ତା, ଏଥିରେ ଭକ୍ତମାନେ ଯାଇ ଭଗବାନଙ୍କୁ ଦର୍ଶନ କରିପାରିବେ ।

ସେପଟେ ମରାମତି ପାଇଁ ନଭେମ୍ବର ୧ତାରିଖରୁ ଝୁଲାପୋଲ ବନ୍ଦ ରହିଛି । ଅସୁରକ୍ଷିତ ଝୁଲାପୋଲ ପାଇଁ ନଭେମ୍ବର ମାସରେ ୧୪୪ ଧାରା ଲଗାଯାଇଥିଲା । ଗତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଏଠାରେ ୧୪୪ ଧାରା ଲାଗୁ କରିଥିଲା ପ୍ରଶାସନ । ଗୁଜୁରାଟର ଝୁଲାପୋଲ ଛିଡିବା ଘଟଣା ପରେ ଓଡିଶା ପ୍ରଶାସନର ଚେତା ପଶିଛି । ଏଥିପାଇଁ ଧବଳେଶ୍ୱରର ଝୁଲାପୋଲ ମରାମତି ନେଇ ଏଠାରେ ୧୪୪ ଧାରା ଜାରି ହୋଇଥିଲା ।

ଝୁଲା ପୋଲର କ୍ଷମତା ଦିନକୁ ଦିନ କମିବାରେ ଲାଗୁଥିବାବେଳେ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ଧବଳେଶ୍ୱର ପୀଠରେ ଅନିର୍ଦ୍ଧିଷ୍ଟକାଳ ପାଇଁ ୧୪୪ ଧାରା ଜାରି ସମେତ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା। ବର୍ତ୍ତମାନ ତାହା ଖୋଲାଯାଇଛି, ଏବେ ଭକ୍ତମାନେ ମନଖୁସିରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ।

Get real time updates directly on you device, subscribe now.