fbpx

ଆଖି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳ ଲାଭଦାୟକ: ଜାଣନ୍ତୁ କିପରି କରିବେ ବ୍ୟବହାର ?

ଅଧିକାଂଶ ଲୋକ କମ୍ପ୍ୟୁଟର ଓ ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଦ୍ୱାରା ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକଙ୍କ ଠାରେ ଏହି କାରଣରୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଦେଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲାପ ଜଳର ବ୍ୟବହାର ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଆଖିର ବିଭିନ୍ନ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ ଗୋଲାପ ଜଳ କିପରି ସହାୟକ ହୋଇଥାଏ ।

– ଯଦି ଆଖି ଲାଲ ହେବା ସହ ଯନ୍ତ୍ରଣା ହେଉଥାଏ, ତେବେ କିଛି ବୁନ୍ଦା ଗୋଲାପ ଜଳ ଆଖିରେ ପକାଇ ଦିଅନ୍ତୁ । ଏହାପରେ ଆଖି ବନ୍ଦ କରି କିଛି ସମୟ ବସି ଯାଆନ୍ତୁ । ଦେଖିବେ ଆଖିକୁ ଆରାମ ମିଳିବ । ଆପଣ ପ୍ରଦୂଷଣ ଓ ଅନ୍ୟାନ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏପରି କରିପାରିବେ ।

– ଆଖିର ସଂକ୍ରମଣ ଓ ଆଲର୍ଜିରୁ ରକ୍ଷା ପାଇବା ପାଇଁ ଗୋଲାପ ଜଳର ବ୍ୟବହାର କରାଯାଏ । କପାକୁ ଗୋଲାପ ଜଳରେ ଭିଜାଇ ୧୫ ମିନିଟ୍ ଆଖି ଉପରେ ରଖି ଦିଅନ୍ତୁ । ଏହା ଉପଯୋଗ କରିବା ପରେ ଆରାମ ଲାଗିବା ସହ ଶରୀରକୁ ଶୀତଳତା ପ୍ରଦାନ କରିଥାଏ ।

– ଯଦି ଆପଣଙ୍କ ଆଖିର ତଳ ଭାଗରେ କୌଣସି କଳା ବୃତ୍ତାକାର ଚିହ୍ନ ଥାଏ, ତେବେ ଗୋଲାପ ଜଳର ପ୍ରୟୋଗ କରିବା ଦ୍ୱାରା ସେହି ଦାଗଗୁଡ଼ିକ ଦୂର ହୋଇଯାଇଥାଏ । ଏଥିସହ ଏହା ଆଖିର ଥକ୍କାପଣକୁ ହ୍ରାସ କରିଥାଏ ।

– ଗୋଲାପ ଜଳକୁ ଯନ୍ତ୍ରଣା ନିବାରଣ ପାଇଁ ବ୍ୟବହାର କରାଯାଏ । ଏଥିସହିତ ଏହା ଶରୀରରେ ହେଉଥିବା ଘା’କୁ ଠିକ୍ କରିବାରେ ସାହାଯ୍ୟ କରିଥାଏ ।

– ଏକ ହେଲଥ ସାଇଟର ରିପୋର୍ଟ ଅନୁଯାୟୀ, ଆପଣଙ୍କର ମସ୍ତିଷ୍କ ଚାପଗ୍ରସ୍ତ ରହିଥିବା ସମୟରେ ଗୋଲାପ ଜଳ ଏହାକୁ ଶାନ୍ତ କରିବାରେ ସହାୟକ ହୋଇଥାଏ । ଥକ୍କାପଣରୁ ରକ୍ଷା ପାଇବା ପାଇଁ ଗୋଲାପ ଜଳ ହେଉଛି ଏକ ପ୍ରମୁଖ ମାଧ୍ୟମ ।

Get real time updates directly on you device, subscribe now.