ଏହି ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଏମାନେ ରୁହନ୍ତୁ ସତର୍କ ! ଜାଣନ୍ତୁ ଆଜିର ରାଶିଫଳ …
ଆଜି ଅର୍ଥାତ ମେ'27 ହେଉଛି ମଙ୍ଗଳବାର। ଆଜିର ଦିନଟି ଆପଣଙ୍କର କେମିତି କଟିବ ଏବଂ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଆସନ୍ତୁ ଜାଣିବା...
Horoscope Today 27 May 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ 12ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ’27 ହେଉଛି ମଙ୍ଗଳବାର। ଆଜିର ଦିନଟି ଆପଣଙ୍କର କେମିତି କଟିବ ଏବଂ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଆସନ୍ତୁ ଜାଣିବା…ଏହା ସହ ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ଏବଂ ଶୁଭ ସଂଖ୍ୟା କ’ଣ ହେବ ତାହା ମଧ୍ୟ ଜାଣନ୍ତୁ।
ମେଷ:
ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ। ଚାକିରି କରୁଥିବା ଲୋକମାନେ ନିଜ ଚାକିରିରେ ଉଚ୍ଚ ଅଧିକାରୀଙ୍କଠାରୁ ଭଲ ଖବର ପାଇବେ। ଆପଣ ଆପଣଙ୍କ ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପରିବାରରୁ ସମର୍ଥନ ପାଇବେ। ବ୍ୟସ୍ତବହୁଳ ଦିନରୁ ନିଜ ପାଇଁ କିଛି ସମୟ ବାହାର କରିବେ ଏବଂ ସେହି ସମୟରେ ନିଜ ପସନ୍ଦ ମୁତାବକ କିଛି କାର୍ଯ୍ୟକଳାପ କରିବ। ଆଜି ପିଲାମାନେ ଖେଳକୁଦରେ ବ୍ୟସ୍ତ ରହିବେ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- 5
ବୃଷ ରାଶି:
ଆଜି ଆପଣଙ୍କ ପାଇଁ ଏକ ଆନନ୍ଦଦାୟକ ଦିନ ହେବ। ନିଜ କଥାର ମଧୁରତା ରଖନ୍ତୁ। ବନ୍ଧୁ ତୁମକୁ ଭେଟିବାକୁ ଆସିବେ । ଛାତ୍ରମାନେ ପୂର୍ଣ୍ଣ ଏକାଗ୍ରତାର ସହିତ ଅଧ୍ୟୟନ କରିବେ। ଯେଉଁମାନେ ଘରୁ ଦୂରରେ କାମ କରୁଛନ୍ତି, ସେମାନେ ନିଜ ପରିବାରକୁ ମନେ ପକାଇବେ। ଯଦି ଆପଣ ପୂର୍ବରୁ ନିବେଶ କରିଛନ୍ତି ତେବେ ଆପଣଙ୍କୁ ଏହାର ସମ୍ପୂର୍ଣ୍ଣ ଲାଭ ମଧ୍ୟ ମିଳିବ। ଓକିଲମାନଙ୍କ ପାଇଁ ଆଜିର ଦିନଟି ଭଲ ରହିବ।
ଶୁଭ ରଙ୍ଗ- ସିଲଭର
ଶୁଭ ସଂଖ୍ୟା- 6
ମିଥୁନ:
ଆଜି କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଚାକିରି, କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ କରିବେ। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ଆତ୍ମବିଶ୍ୱାସର ଅଭାବ ହେବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରତାରଣାର ଶିକାର ହୋଇପାରନ୍ତି।
ଶୁଭ ରଙ୍ଗ: ବାଦାମୀ ବା ମାଟିଆ
ଶୁଭ ସଂଖ୍ୟା- 2
କର୍କଟ ରାଶି:
ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ। ପରିବାରର ସମସ୍ତ ସଦସ୍ୟ ଏକାଠି ଏକ ପାର୍ଟିରେ ଯୋଗଦେବେ, ଯେଉଁଠାରେ ସେମାନେ ଅନ୍ୟ ଲୋକଙ୍କ ସହ ମିଶିବେ। ଜଣେ ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆପଣଙ୍କ ପଡ଼ି ରହିଥିବା କାମକୁ ସମାପ୍ତ କରିବାରେ ସାହାଯ୍ୟ କରିବ। ଆଜି ପିଲାମାନେ ସେମାନଙ୍କର ସ୍କୁଲ କାମ ଶେଷ କରିବା ପାଇଁ ଆପଣଙ୍କଠାରୁ ସାହାଯ୍ୟ ନେଇପାରନ୍ତି। ଆପଣଙ୍କ ଜୀବନସାଥୀଙ୍କ ପ୍ରେମପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବ। ଆଜି ଜଣେ ମହାନ ବ୍ୟକ୍ତିଙ୍କ ପୁସ୍ତକ ପଢ଼ିପାରନ୍ତି।
ଶୁଭ ରଙ୍ଗ: ମେରୁନ
ଶୁଭ ସଂଖ୍ୟା- 1
ସିଂହ ରାଶି:
ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆଜି ଆପଣଙ୍କର ଘର, ପ୍ଲଟ୍ କିମ୍ବା ଦୋକାନ କିଣିବାର ଇଚ୍ଛା ପୂରଣ ହେବ। ଦୀର୍ଘ ସମୟ ଧରି ଚିନ୍ତିତ କରୁଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। ଆଜି କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଏପରି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ଆତ୍ମବିଶ୍ୱାସ ନାହିଁ। ଅଫିସରୁ ଘରକୁ ଫେରି ନିଜର ପସନ୍ଦର କାମ କରିବେ। ନିଜ ଜୀବନସାଥୀଙ୍କ ଅଧିକ ସମୟ ବିତାଇବେ ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା- 4
କନ୍ୟା ରାଶି:
ଆଜି ଆପଣଙ୍କର ଦିନଟି ଆପଣଙ୍କ ପାଇଁ ଭଗ୍ୟଶାଳୀ ପ୍ରମାଣିତ ହେବ। ଆପଣଙ୍କର ନମ୍ର ସ୍ୱଭାବର ପ୍ରଶଂସା କରାଯିବ। ଆପଣଙ୍କ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି? ଆପଣଙ୍କୁ ଏହା ଉପରେ ନଜର ରଖିବାକୁ ପଡିବ । ନଚେତ୍ ଭବିଷ୍ୟତରେ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଅନାବଶ୍ୟକ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଯେତେ ସମ୍ଭବ ଏହାକୁ ଏଡାଇବାକୁ ଚେଷ୍ଟା କରନ୍ତୁ। ଜୀବନର ବ୍ୟସ୍ତବହୁଳତା ମଧ୍ୟରେ, ଆପଣ ନିଜ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ ଏବଂ ଆପଣ ଆପଣଙ୍କର ପ୍ରିୟ କାମ କରିବାରେ ସଫଳ ହେବେ।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା- 8
ତୁଳା ରାଶି:
ଆଜି ଆପଣଙ୍କ ପାଇଁ ଏକ ବହୁତ ଭଲ ଦିନ ହେବ। ଆପଣ ଆପଣଙ୍କ ପସନ୍ଦର ଯେକୌଣସି ସ୍ଥାନକୁ ଟ୍ରନ୍ସଫର ହୋଇପାରିବେ। ଆପଣଙ୍କ ଆଶାଠାରୁ ଅଧିକ ଲାଭ ପାଇବାର ସମ୍ଭାବନା ବଢ଼ିବ। ଯଦି କିଛି ଆପଣଙ୍କୁ ହଇରାଣ କରୁଛି, ତେବେ ନିଜ ବନ୍ଧୁମାନଙ୍କ ସହିତ ଏହି ବିଷୟରେ କଥା ହୁଅନ୍ତୁ, ଏକ ଭଲ ସମାଧାନ ପାଇପାରିବ। ଛୋଟ ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହ ଝଗଡା କରିପାରନ୍ତି। ପାଠପଢ଼ାରେ ଭଲ ଫଳାଫଳ ପାଇଁ ବଡ଼ ଲୋକଙ୍କ ସାହାଯ୍ୟ ନେବେ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ଶୁଭ ରଙ୍ଗ: କଳା
ଶୁଭ ସଂଖ୍ୟା- 2
ବିଛା ରାଶି:
ଆଜି ଆପଣଙ୍କ ଦିନଟି ଆନନ୍ଦ ଏବଂ ଉତ୍ସାହ ଭରା ରହିବ। କର୍ମକ୍ଷେତ୍ରରେ, କିଛି ନୂତନ ବାଚାର ଆଣିବେ। କେବଳ ଆପଣଙ୍କର ସକାରାତ୍ମକ ମନୋଭାବ ହିଁ ଆପଣଙ୍କୁ ଚାକିରିରେ ପଦୋନ୍ନତି ଦେବ। ବସ୍ ଆପଣଙ୍କୁ ପ୍ରଶଂସା କରିବେ। ନିକଟ ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ମିଳିପାରେ। ବ୍ୟବସାୟିକ ଉଦ୍ଦେଶ୍ୟରେ କରାଯାଇଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ସୁଦୃଢ ହେବ। ଆଜି ଆପଣଙ୍କର ସୃଜନଶୀଳ ପ୍ରତିଭା ସାମ୍ନାକୁ ଆସିବ। ଘରକରଣା ଜିନିଷ କିଣିବା ପାଇଁ ବଜାରକୁ ଯିବେ।
ଶୁଭ ରଙ୍ଗ: ଗ୍ରେ
ଶୁଭ ସଂଖ୍ୟା- 7
ଧନୁ ରାଶି:
ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ଆଜି ଆପଣ କୌଣସି ବିଶେଷ କାର୍ଯ୍ୟର ଅଂଶ ହୋଇପାରନ୍ତି। ବହୁତ ଦିନ ଧରି ଅଟକି ରହିଥିବା ଟଙ୍କା ଆଜି ଆପଣ ଫେରି ପାଇବେ। ସ୍ୱାସ୍ଥ୍ୟ ସେବା ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ଆଜି ଆପଣ ନିଜ ଉପରେ ବିଶ୍ୱାସ ରଖିବେ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆପଣଙ୍କ କାମ ଉପରେ କେନ୍ଦ୍ରିତ କରିବେ। ଆଜି ଛାତ୍ରମାନଙ୍କୁ ବଡ଼ ସଫଳତା ମିଳିବାର ସମ୍ଭାବନା ଅଛି। ସାମଗ୍ରିକ ଭାବରେ, ଆଜିର ଦିନଟି ଏକ ଭଲ ଦିନ ହେବ।
ଶୁଭ ରଙ୍ଗ: ମାଟିଆ
ଶୁଭ ସଂଖ୍ୟା- 8
ମକର ରାଶି:
ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲରେ କଟିବ। ଯଦି ଆପଣ କଂଷ୍ଟ୍ରକ୍ସନ ବ୍ୟବସାୟ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଲାଭର ସମ୍ଭାବନା ଅଛି। ଆପଣ ଆପଣଙ୍କ କାମରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆଣିବା ପାଇଁ କିଛି ନୂଆଁ କରିବେ। ଏହି ସମୟରେ, ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ। ଆଜି ଆପଣ ଏକ ବ୍ୟବସାୟିକ ବୈଠକରେ ଯୋଗଦେବାକୁ ଯାଇପାରନ୍ତି। ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ। ପ୍ରେମୀଯୁଗଳ ଆଜି ପରସ୍ପରକୁ ଉପହାର ଦେବେ, ଯାହା ସମ୍ପର୍କକୁ ମଜବୁତ କରିବ।
ଶୁଭ ରଙ୍ଗ- ସିଲଭର
ଶୁଭ ସଂଖ୍ୟା- 3
କୁମ୍ଭ ରାଶି:
ଆଜି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ଆପଣଙ୍କ କଠିନ ପରିଶ୍ରମର ଫଳ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ କାମ ସମାଜରେ ପ୍ରଶଂସିତ ହେବ। ସନ୍ଧ୍ୟା ସମୟ ଆପଣଙ୍କ ପରିବାର ସହିତ ବିତାଇବେ । ପରିବାରରେ ହସ ଏବଂ ଖୁସିର ଲହରି ଖେଲିଷିବ। ଈଶ୍ୱରଙ୍କ ଭକ୍ତିରେ ମନୋନିବେଶ କର, ମନ ଶାନ୍ତ ରହିବ। ବୈବାହିକ ଜୀବନ ବହୁତ ଭଲ ହେବ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ ଖୁସିର କାରଣ ବନିବେ । ଛାତ୍ରଛାତ୍ରୀମାନେ ଆଜି ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ନିଷ୍ପତ୍ତି ନେବେ। ଆଜି ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।
ଶୁଭ ରଙ୍ଗ- କମଳା
ଶୁଭ ସଂଖ୍ୟା- 6
ମୀନ ରାଶି :
ଆଜି ଦିନଟି ଭଲରେ କଟିବ। ଯଦି ଆପଣ ଫାଇନାନ୍ସ ବିଭାଗ କିମ୍ବା ସେଲସ୍ ବିଭାଗରେ କାମ କରୁଛନ୍ତି, ତେବେ ଆପଣ ଆପଣଙ୍କର ଜ୍ଞାନରୁ ବହୁତ ଲାଭ ପାଇବେ। ବୈବାହିକ ଜୀବନରେ ପରିସ୍ଥିତି ଟିକେ ଖରାପ ରହିପାରେ। କିନ୍ତୁ ସମୟ ସହିତ ସବୁକିଛି ଠିକ୍ ହୋଇଯିବ। ସମ୍ପର୍କରେ ସଚ୍ଚୋଟତା ବଜାୟ ରଖନ୍ତୁ, ଏହା ଆପଣଙ୍କ ପାଇଁ ଭଲ ହେବ। ଆଜି ଆପଣ ଆତ୍ମବିଶ୍ୱାସୀ ରହିବେ। ଆଜି ବ୍ୟବସାୟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କାମ ସମାପ୍ତ ହେବ । ଆପଣ ନୂତନ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଆପଣ ପିଲାମାନଙ୍କଠାରୁ କିଛି ନୂଆ ଶିଖି ପାରିବେ। ଏହା ସହିତ, ଆପଣ ଆପଣଙ୍କ ଜୀବନସାଥୀଙ୍କ ଆଶା ପୂରଣ କରିବେ।
ଶୁଭ ରଙ୍ଗ: ମାଜେଣ୍ଟା
ଶୁଭ ସଂଖ୍ୟା- 2