ଆଜି ବିଶ୍ବ ଦହିବରା ଦିବସ। ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ । ଫିକା ହଳଦିଆ ବରା ସାଙ୍ଗରୁ ଯିଏ ଖାଇଛି ସିଏ ଜାଣିଛି । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍ । ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ । ଆଜି ଦହିବରା ଆଳୁଦମ ଦିବସରେ ପ୍ରତ୍ୟେକ୍ଷ ଲୋକ ଦହିବରା ଦିବସ ପାଳନ କରିଥାନ୍ତି ।
ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କିନ୍ତୁ କଟକ ଦହିବରାର ମଜା ନିଆରା । ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ । କଟକବାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।
କଟକ ଦହିବରା ଆଳୁଦମ ବିଶ୍ବ ପ୍ରସିଦ୍ଧ । ପ୍ରାୟ ଲୋକେ ଦହିବରା କହିଲେ ଜାଣିବେ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କେଉଁ କାଳରୁ କଟର ପ୍ରସିଦ୍ଧି ଲାଭ କରିଛି । ଏହି ଖାଦ୍ୟକୁ ନେଇ ସରକାରୀ ମାନ୍ୟତା ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ମାନ୍ୟତା ମିଳିନଥିବା ବେଳେ ତଥାପି ଦହିବରା ପାଇଁ କଟକ ପ୍ରସିଦ୍ଧ ବୋଲି ସମସ୍ତେ ଜାଣିଥାନ୍ତି।