ଶେଷ ଅମୃତ ସ୍ନାନ ପାଇଁ ସାଧୁସନ୍ଥଙ୍କ ମଧ୍ୟରେ ଉତ୍ସାହ, ଭକ୍ତଙ୍କ ଉପରେ ଫୁଲ ବିଞ୍ଚିଲେ ଯୋଗୀ

ଅମୃତ ସ୍ନାନରେ ବିଶୃଙ୍ଖଳା ନ ଘଟିବା ପାଇଁ ଯୋଗୀ ରଖିଛନ୍ତି ନଜର । ୩୫.୧୩ କୋଟି ଲୋକ କରିସାରିଛନ୍ତି ଅମୃତ ସ୍ନାନ ।

ପ୍ରୟାଗରାଜ: ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭରେ ଆଜି ଶେଷ ଅମୃତ ସ୍ନାନ । ଭିନ୍ନ ଭିନ୍ନ ଅଖାଡାର ସାଧୁସନ୍ଥମାନେ ଶୋଭାଯାତ୍ରା ବାହାର କରି ସଙ୍ଗମ ତଟରେ ଡୁବକି ମାରିଛନ୍ତି । ଅମୃତ ସ୍ନାନ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଏହା ଉପରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ଯୋଗୀ ନଜର ରଖିଥିବା କୁହାଯାଉଛି ।

ଅମୃତ ସ୍ନାନ କରିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଏବଂ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଭୋର ୪ଟା ସୁଦ୍ଧା ୧୬.୫୮ ଜଣ ଶ୍ରଦ୍ଧାଳୁ ସ୍ନାନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା କୁମ୍ଭରେ ୩୫.୧୩ କୋଟି ଲୋକ ସ୍ନାନ କରିସାରିଛନ୍ତି ।

ମହାକୁମ୍ଭର ବସନ୍ତ ପଞ୍ଚମୀରେ ୪ର୍ଥ ସ୍ନାନ ପର୍ବରେ ଶ୍ରଦ୍ଧାଳୁ ଶିବଯୋଗ, ସିଦ୍ଧ ଯୋଗ ସାଧ୍ୟ ଯୋଗ ଏବଂ ରବି ଯୋଗରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସାଧୁସନ୍ଥ ସ୍ନାନ କରିଥିବା ଦେଖାଯାଇଛି ।

ଯୋଗୀ ରଖିଛନ୍ତି ନଜର : ଭାରତୀୟ ଶ୍ରୀ ପଞ୍ଚ ନିମୋହି ଅନି ଅଖାଡା ୯ଟା ୨୫ ମିନିଟରେ ଅମୃତ ସ୍ନାନ କରିବ । ଏହାପରେ ୧୦ଟା ବାଜି ୫ ମିନିଟରେ ଅଖିଳ ଭାରତୀୟ ଶ୍ରୀ ପଞ୍ଚ ଦିଗମ୍ବର ଅନି ଅଖାଡା ଏବଂ ଅଖିଳ ଭାରତୀୟ ଶ୍ରୀ ପଞ୍ଚ ନିର୍ବାଣୀ ଅନି ଅଖାଡା ୧୧ଟା ୫ ମିନିଟରେ ଅମୃତ ସ୍ନାନ କରିବ ।

ବିଶ୍ୱାସ ରହିଛି ଯେଉଁ ବ୍ୟକ୍ତି ଅମୃତ ସ୍ନାନ କରନ୍ତି ସେମାନେ ନିଜ ଜୀବନରେ ଅପାର ସଫଳତା ପ୍ରାପ୍ତି କରନ୍ତି । ତେବେ ଶେଷ ଅମୃତ ସ୍ନାନକୁ ଯାଇଥିବା ଲୋକଙ୍କ ଉପରେ ଗୋଲାପ ବର୍ଷା କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲିକପ୍ଟର ସାହାର୍ଯ୍ୟରେ ଆକାଶ ମାର୍ଗରୁ ଭକ୍ତଙ୍କ ଉପରେ ଫୁଲ ବିଞ୍ଚାଯାଇଛି ।