fbpx

ଆଜି ହେଉଛି ସୋମବତୀଙ୍କ ବ୍ରତ : ଏହି ଦିନ ଅଛି ୩ଟି ଯୋଗ, ଜାଣିନିଅନ୍ତୁ ଏହାର ମୁହୂର୍ତ୍ତ

Advertisement

ଭୁବନେଶ୍ୱର : ହିନ୍ଦୁ ଧର୍ମ ଅନୁଯାୟୀ ମହାଦେବଙ୍କୁ ଏହି ମାସର ୪ଟି ସୋମବାରରେ ପୂଜା କରାଯାଏ । ଯେଉଁମାନେ ଏହି ଦିନ ଶିବଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ସବୁ ବେଳେ ରହିଥାଏ । ଆଜି ହେଉଛି ଶ୍ରାବଣର ଦ୍ୱିତୀୟ ସୋମବାର । ପ୍ରତ୍ୟେକ ସୋମବାରର କିଛି ନା କିଛି ମହତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ, ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମଣିଷ ମନରେ କୌଣସି ଦୁଃଖ ରହେନାହିଁ ।

ଚଳିତ ବର୍ଷ ଏହି ମାସରେ ମୁଖ୍ୟ ଭାବରେ ସୋମବତୀ ଅମବାସ୍ୟା, ଶ୍ରବଣ ଶିବ ରାତ୍ରି, ପ୍ରଦୋଷ ବ୍ରତ ଏବଂ ରକ୍ଷାବନ୍ଧନ ସାମିଲ ଅଛି । ଆଜି ହେଉଛି ସୋମବତୀ ଅମବାସ୍ୟା, ଏହାକୁ ହରିୟାଲୀ ଅମବାସ୍ୟଅ ମଧ୍ୟ କୁହାଯାଏ । ସନାତନ ଧର୍ମରେ ପିତୃ ପୁରୁଷଙ୍କ ଶାନ୍ତି ଏବଂ ଶ୍ରାଦ୍ଧ କାର୍ଯ୍ୟ କରିବା ପାଇଁ ଏହି ଅମବାସ୍ୟା ତିଥି ବହୁତ ମହତ୍ୱପୂର୍ଣ୍ଣ ଅଟେ । କୁହାଯାଉଛି ଯେ, ଏହି ଅମବାସ୍ୟାରେ ପୂଜା କରିବା ଦ୍ୱାରା ପିତୃ ଲୋକଙ୍କୁ ମୋକ୍ଷ ମିଳିଥାଏ ।

୩ଟି ଶୁଭ ଯୋଗ : ସନାତନ ପରମ୍ପରାରେ ପ୍ରତ୍ୟେକ ଅମବାସ୍ୟାର ବିଶେଷ ମହତ୍ୱ ରହିଛି । ଚଳିତ ବର୍ଷ ଏହି ଅମବାସ୍ୟା ସହିତ କର୍କଟ ସଂକ୍ରାନ୍ତି ମଧ୍ୟ ରହିଛି । ଅର୍ଥାତ ଏହି ଦିନ ସୂର୍ଯ୍ୟ, କର୍କଟ ରାଶିରେ ପ୍ରବେଶ କରିବେ । ଯେଉଁମାନେ ଏହି ବ୍ରତ କରନ୍ତି, ସେମାନଙ୍କୁ ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ମିଳିିଥାଏ ।

ଅମବାସ୍ୟାର ଶୁଭ ମୁହୂର୍ତ୍ତ : ସୋନବତୀ ଅମବାସ୍ୟାର ଶୁଭ ମୁହୂର୍ତ୍ତ ଜୁଲାଇ ୧୬ ରାତି ୧୦:୦୮ ମିନିଟ ଠାରୁ ଆରମ୍ଭ ହୋଇ ଜୁଲାଇ ୧୮ ସକାଳ ୧୨ଟାରେ ସମାପ୍ତ ହେଉଛି । ଏହି ଅମବାସ୍ୟାଟି କୃଷକଙ୍କ ପର୍ବ ଅଟେ । ଅତ୍ରାତ ଏହି ଦିନ ଚାଷି ମାନେ ଚାଷ କରିବାର ସମସ୍ତ ଉପକରଣକୁ ପୂଜା କରନ୍ତି ଏବଂ ଭଳ ଫସଲର ହେବା ପାଇଁ କାମନା କରନ୍ତି ।

Get real time updates directly on you device, subscribe now.