Ambedkar Jayanti 2025: ସମ୍ବିଧାନ ପ୍ରଣେତାଙ୍କୁ ମନେ ପକାଉଛି ଦେଶ, ଝୁମୁଛି ଗାଁରୁ ସହର, ଶୁଭୁଛି ଜୟ ଭୀମ….
ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଆଜି, ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି ରୋଚକ ତଥ୍ୟ
ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ମହୁଠାରେ ଶ୍ରୀ ଭୀମରାଓ ରାମଜୀ ଆମ୍ବେଦକର ଏକ ଦରିଦ୍ର ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମ ହୋଇଥିଲେ।
ବାପା ମାଲୋଜୀ ମକପାଲ ସୈନ୍ୟବାହିନୀ ଅଫିସର ଥିଲେ ଏବଂ ମା’ ଭୀମାବାଇ ପରିବାର ଚଳାଇବାର ଦାୟିତ୍ବ ନେଇଥିଲେ। ସେତେବେଳେ ସାମ୍ପ୍ରଦାୟିକତା ସମଗ୍ର ଦେଶରେ ଶୀର୍ଷରେ ପହଞ୍ଚି ଥିଲା।
ସାମ୍ୟବାଦ ନାମଟି ଅଶୁଣା ଥିଲା। ବିଦ୍ୟାଳୟରେ ପିଇବା ପାଇଁ ପାଣି ବା ବସିବା ପାଇଁ ଖଣ୍ଡେ ପୁରୁଣା ଅଖା ମିଳୁନଥିଲା। ସେ ଭଲ ପଢ଼ୁଥିଲେ ଏବଂ ବରୋଦା ଗାଏକ୍ୱାଡ ବୃତ୍ତି ପାଉଥିଲେ।
ଏଥିପାଇଁ ସେ elphinstone, ବମ୍ବେରେ ସ୍ନାତକ ଡିଗ୍ରୀ ପଢ଼ୁଥିଲେ। ତାଙ୍କ ଅଞ୍ଚଳରୁ ଅତି ଭଲ ଗ୍ରେଡ୍ରେ ତାଙ୍କ ପୂର୍ବରୁ କେହି ଅର୍ଥଶାସ୍ତ୍ରରେ ବି.ଏ. ଓ ରାଜନୀତି ବିଜ୍ଞାନରେ ଏମ୍ଏ ପାସ୍ କରି ନଥିଲେ।
ସେ ବୃତ୍ତି ପାଇ ୟୁଏସ୍ରେ ପ୍ରସିଦ୍ଧ କଲମ୍ବିଆ ବିଶ୍ବବିଦ୍ୟାଳୟକୁ ଯାତ୍ରା କଲେ। ସେ ସମୟରୁ ଏବଂ ଏଯାଏଁ ଏହାର ସ୍ଥାନ ୧୨୦ରୁ ୧୮ ମଧ୍ୟରେ ଅଛି। ସେଠାରେ ସେ ଅର୍ଥ ଶାସ୍ତ୍ରରେ ଏମ୍ଏ ଓ ପିଏଚ୍ଡି କଲେ ଏବଂ ଅର୍ଥାଭାବରୁ ଲଣ୍ଡନ ବିଶ୍ବବିଦ୍ୟାଳୟରେ ଅଧିକ ଅଧ୍ୟୟନ କରି ନପାରି ୧୯୧୭ରେ ଭାରତ ଫେରିଲେ। ମାତ୍ର ଗ୍ରେଇନ୍ରୁ ବାର୍ ଆଟ୍ ଲ ପାସ୍ କଲେ।
ସେ ଦୈନିକ ୧୮ ଘଣ୍ଟା ପଢ଼ୁଥିଲେ। ୨୦୧୪ରେ ଏକ ସର୍ଭେ ଅନୁସାରେ ତାଙ୍କୁ ଭାରତର କଲମ୍ବିଆର ଶ୍ରେଷ୍ଠ ଛାତ୍ର ଓ ବିଶ୍ବର ପ୍ରସିଦ୍ଧ ୧୦୦ ବିଶ୍ବବିଦ୍ୟାଳୟଙ୍କ ମଧ୍ୟରେ ସ୍ଥାନଟିଏ ମିଳିଥିଲା। ସେ କିଛି କାମ କରିବାକୁ ସ୍ବଦେଶକୁ ୧୯୨୩ରେ ଫେରିଲେ।
ଦଳିତ ବର୍ଗର ହୋଇଥିବାରୁ ତାଙ୍କର ଓକିଲାତି ଭଲ ହେଲା ନାହିଁ, ସେ ୧୯୨୬ରେ ନାସିକର କଲାରାମ ମନ୍ଦିରକୁ ହରିଜନମାନଙ୍କର ପ୍ରବେଶ ଦେଶର ବିଶିଷ୍ଟ ନେତାମାନେ ପ୍ରଶଂସା କଲେ।
ଆମ୍ବେଦକର ଦଳିତମାନଙ୍କୁ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ କୋହଳ ନିୟମ ଲାଗୁ କରାଇଲେ। ସେ ୧୯୩୬ ପର୍ଯ୍ୟନ୍ତ ନିଜସ୍ବ ଖର୍ଚ୍ଚରେ ବିଦେଶ ଯାତାୟାତ କରୁଥିଲେ। ତାଙ୍କର ବ୍ୟକ୍ତିଗତ ପୁସ୍ତକାଳୟରେ ୫୦ ହଜାର ପୁସ୍ତକ ଥିଲା। ଲଣ୍ଡନରେ ଗୋଲ୍ଟେବୁଲ ସମ୍ମିଳନୀରେ ତିନିଥର ଯୋଗ ଦେଇଥିଲେ।
ଆମ୍ବେଦକର ୧୫ ବର୍ଷ ବୟସରେ ୮ ବର୍ଷ ବୟସର ରମାବାଈଙ୍କୁ ୧୯୦୬ରେ ବିବାହ କରିଥିଲେ। ସେମାନଙ୍କର ପିଲା ଥିଲେ। ମାତ୍ର ଆମ୍ବେଦକରଙ୍କର ସ୍ବାସ୍ଥ୍ୟ ଭଲ ରହୁନଥିଲା। ୧୫ ଏପ୍ରିଲ୍ ୧୯୪୮ ଦିନ ଡାକ୍ତର ସବିତା ବାଈଙ୍କୁ ବିବାହ କଲେ।
ଦୁଇ ସ୍ତ୍ରୀ, ଆମ୍ବେଦକରଙ୍କର ଉପଯୁକ୍ତ ଯତ୍ନ ନେଉଥିଲେ। ସବିତାଙ୍କର ୨୯ ମେ ୨୦୦୩ରେ ୯୪ ବର୍ଷ ବୟସରେ ବମ୍ବେରେ ମୃତ୍ୟୁ ହେଲା। ତିନି ଲକ୍ଷ ୬୫ ହଜାର ଦଳିତଙ୍କ ସହ ୧୪ ଅକ୍ଟୋବର ୧୯୫୬ ଦିନ ବୁଦ୍ଧ ଧର୍ମ ଗ୍ରହଣ କରିଥିଲେ।
ସମ୍ବିଧାନ ପ୍ରଣାଳୀରେ ଆମ୍ବେଦକର ଜ୍ଞାନୀ ଥିଲେ। ୨୬ ନଭେମ୍ବର ୧୯୪୯ ଦିନ ଭାରତର ସମ୍ବିଧାନ ଗ୍ରହଣ ହେଲା। ସେ ଏହାର ଅଧ୍ୟକ୍ଷ ଥିଲେ। ୨୬ ଜାନୁଆରି ୧୯୫୦ ଠାରୁ ସମ୍ବିଧାନ ପାଳନ ହେଲା।
ଏବେ ୨୬ ନଭେମ୍ବର ୨୦୧୫ରୁ ପ୍ରତିବର୍ଷ ସମ୍ବିଧାନ ଦିବସ ପାଳିତ ହେଉଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଦେଶ ଓ ଅନ୍ୟ ଦେଶର ବିଶିଷ୍ଟ ନେତାଙ୍କ ଉପଦେଶ ଅନୁସାରେ ହୁଏ।
ଆମ୍ବେଦକର ୧୫ ଅଗଷ୍ଟ ୧୯୪୭ରୁ ୧୧ ଅକ୍ଟୋବର ୧୯୫୧ ମୃତ୍ୟୁ ପର୍ଯ୍ୟନ୍ତ ସ୍ବାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ। ୬ ଡିସେମ୍ବର ୧୯୫୬ ରାତିରେ ସେ ପ୍ରାଣ ହରାଇଲେ। ପରଦିନ ତାଙ୍କୁ ସ୍ବର୍ଗଧାମକୁ ବିଦାୟ ଦେବା ପାଇଁ ୬ ଲକ୍ଷରୁ ଅଧିକ ଲୋକ ବମ୍ବେର ଜାଜା ନିକଟସ୍ଥ ଚୈତ୍ୟ ଭୂମିରେ ଉପସ୍ଥିତ ଥିଲେ। ଚୈତ୍ୟ ଭୂମିରେ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଗୁଲଜାରୀ ନନ୍ଦା (ନାରାୟଣ ଘାଟ), କେ ଆର୍ ନାରାୟଣ (ଉଦୟ ଭୂମି), ପି.ଭି. ନରସିଂହ ରାଓ (ପି.ଭି. ଘାଟ, ବୁଦ୍ଧ ପୂର୍ଣ୍ଣିମା ପାର୍କ) ଓ ଡ. ଆମ୍ବେଦକର (ଚୈତନ୍ୟ ଭୂମି, ଜାଜାର)।
ଡକ୍ଟର ଆମ୍ବେଦକରଙ୍କର ଚେହେରା, ଶିକ୍ଷା, ନେତୃତ୍ବ, ତ୍ୟାଗ, ଜ୍ଞାନ ଓ ବକ୍ତୃତା ଦେବାର ପ୍ରଣାଳୀ ସମସ୍ତଙ୍କୁ ମୁଗ୍ଧ କରୁଥିଲା। ସେ ଲୋକସଭା ଭୋଟରେ ହାରିଥିଲେ ମଧ୍ୟ ତାଙ୍କ ନିଜର ବିପକ୍ଷ ଦଳ ଓ ବ୍ୟକ୍ତି ଆମ୍ବେଦକରଙ୍କୁ ରାଜ୍ୟସଭାକୁ ନେଇ ଦେଶର ପ୍ରଥମ ଆଇନମନ୍ତ୍ରୀ କରିଥିଲେ। ତାଙ୍କୁ ୩୧ ମାର୍ଚ୍ଚ ୧୯୯୦ ଦିନ ମରଣୋତ୍ତର ଭାରତରତ୍ନ ଉପାଧି ଦିଆଗଲା। ସମ୍ବିଧାନଟି ୨୬ ନଭେମ୍ବର ଦିନ ଗ୍ରହଣ ହୋଇଥିବାରୁ ସେଦିନ ସମ୍ବିଧାନ ଦିବସ ପାଳନ ଏବଂ ୧୪ ଏପ୍ରିଲ ଦିନ ତାଙ୍କ ଜନ୍ମଦିବସ ହେତୁ, ଦିବସଟିକୁ ଆମ୍ବେଦକର ଜୟନ୍ତୀ ପାଳନ କରାଯାଏ।