ଆଜି ଭାରତ-ପାକିସ୍ତାନ ମହା ମୁକାବିଲା, ଫ୍ରିରେ ମୋବାଇଲରେ ଦେଖିପାରିବେ ଏହି LIVE ମ୍ୟାଚ୍
ଆପଣଙ୍କ ପାଖରେ ଟିଭି ନାହିଁକି? ଆଉ ଆପଣ ଆଜିର ଭାରତ-ପାକିସ୍ତାନ କଡ଼ା ଟକ୍କର ଦେଖିବାକୁ ଚାହୁଁଛନ୍ତି। ତାହାଲେ ଚିନ୍ତା କରନ୍ତୁନି। ମୋବାଇଲରେ ଫ୍ରିରେ ଦେଖିପାରିବେ ଏହି LIVE ମ୍ୟାଚ୍। ସେଥିପାଇଁ କରିବାକୁ ପଡ଼ିବ ଏମିତି...
ଦୁବାଇ: ଆଜି ହେବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ଜୋରଦାର ଲଢେଇ। ଗୋଟେପଟେ ଚାମ୍ପିଅନ୍ସ ଟ୍ରଫି ହାତେଇବା ପାଇଁ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିବା ପାଇଁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ, ଅନ୍ୟପଟେ ପାକିସ୍ତାନ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ପରି ହୋଇଛି।
ତେଣୁ ଏହି ମ୍ୟାଚ୍ ଅନ୍ୟନ୍ତ ରୋଚକ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। ଠିକ୍ ସେହିପରି ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର ଭାରତ-ପାକ୍ ସିରିଜ୍ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିପାଇଁ ଏହି ଦୁଇ ଦଳ କେବଳ ICC ଟୁର୍ଣ୍ଣାମେଣ୍ଟରେ ହିଁ ପରସ୍ପରକୁ ଭେଟିଥାନ୍ତି।
ସେଥିପାଇଁ ଏହି ମ୍ୟାଚ ବେଳେ ଦୁଇ ଦଳର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଜୋସ୍ ଦେଖିବାକୁ ମିଳିଥାଏ। ଆଉ ଆଜି ଯେତେବେଳେ ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହୋଇଛି। ଖେଳ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଠିକ୍ ସେମିତି ଟିଭିରେ ଲାଇଭ୍ ମ୍ୟାଚ୍ ଦେଖିବା ପରିବର୍ତ୍ତେ କ୍ରିକେଟ୍ ପ୍ରେମୀ ଫୋନରେ ଖେଳ ଦେଖିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ମ୍ୟାଚକୁ ଆପଣମାନେ ଫ୍ରିରେ ମଧ୍ୟ ଦେଖିପାରିବେ।
ସୁପର ଫାଇଟ୍: ଆଜି ଯେହେତୁ ସଣ୍ଡେ ରହିଛି ଆଉ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ଦିନ ୨.୩୦ରେ ଆରମ୍ଭ ହେବାକୁ ଯାଉଛି। ତେଣୁ ସୁପର ସଣ୍ଡେରେ ସୁପର ମୁକାବିଲା ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ କୌଣସି ପର୍ବ ଠାରୁ କମ୍ ବୋଲି ମନେ ହେଉନି।
ଆଶା କରାଯାଉଛି ଦୁଇ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ଜି ଜାନ ଲଗେଇ ଦେବେ। ଆଉ ବିଜୟ ଲକ୍ଷ୍ୟରେ ଦୁଇ ଦଳ ରହିବେ। ସେଥିପାଇଁ ଏବେଠୁ କ୍ରିକେଟ୍ ପ୍ରେମୀଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି।
ଫ୍ରି ରେ ଦେଖିବେ ମ୍ୟାଚ୍: ଯେହେତୁ ଆଜି ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ତେଣୁ ଏହି ମ୍ୟାଚକୁ କୌଣସି କ୍ରିକେଟ୍ ପ୍ରେମୀ ହାତଛଡ଼ା କରିବାକୁ ଚାହିଁବେନି। ସେପଟେ ଟିଭି ପାଖରେ ଘଣ୍ଟା ଘଣ୍ଟା ବସି ଲାଇଭ୍ ମ୍ୟାଚ୍ ଦେଖିବାକୁ ଏବେ କାହା ପାଖରେ ଧର୍ଯ୍ୟ ନାହିଁ।
ଯେହେତୁ ହାତରେ ମୋବାଇଲ୍ ରହୁଛି ତେଣୁ ମୋବାଇଲରେ ହିଁ ମ୍ୟାଚ୍ ଦେଖିବା ପାଇଁ ପ୍ରାୟ ଲୋକ ଏବେ ଜପସନ୍ଦ କରୁଛନ୍ତି। ତେଣୁ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି ଏହି ମ୍ୟାଚକୁ ଆପଣ ଫ୍ରିରେ ଆପଣଙ୍କ ମୋବାଇଲରେ ଦେଖିପାରିବେ।
ଜିଓ ହଟଷ୍ଟାର: ଆପଣ ଜିଓ ହଟ୍ଷ୍ଟାର୍ରେ ଏହି ମ୍ୟାଚ୍କୁ ମାଗଣାରେ ଦେଖିପାରିବେ। BCCI ଅନ୍ଲାଇନ୍ କ୍ରିକେଟ୍ ମ୍ୟାଚର ପ୍ରସାରଣ ଅଧିକାର ଜିଓକୁ ଦେଇଛି ଏବଂ ନିକଟରେ ଜିଓ ହଟଷ୍ଟାରକୁ କିଣି ଏହାର ନାମ ବଦଳାଇ ଜିଓ ହଟଷ୍ଟାର କରିଦେଇଛି।
ଏଭଳି ପରିସ୍ଥିତିରେ ଜିଓ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନେ ଜିଓ ହଟ୍ଷ୍ଟାର୍ରେ ମାଗଣାରେ ଭାରତ-ପାକିସ୍ତାନ ମ୍ୟାଚ୍ ସହଜରେ ଦେଖିପାରିବେ।