ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ, ପାଳନ ହେବ ରୁକ୍ମଣୀ ହରଣ ନୀତି

ପୁରୀ: ଆଜି ରୁକ୍ମଣୀ ହରଣ ନୀତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀ ଚଳଚଞ୍ଚଳ, ସଜେଇ ହୋଇଛି ଶ୍ରୀମନ୍ଦିର।

ସକାଳ ଧୂପ ପରେ ବିଭିନ୍ନ ନୀତିକାନ୍ତି ରହିଛି। ଏହାପରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହେବ। ବିମଳା ମନ୍ଦିର ନିକଟକୁ ମଦନ ମୋହନ ଆସିବା ପୂର୍ବରୁ ସେଠାରେ ପହଞ୍ଚିବେ ମହାଲକ୍ଷ୍ମୀ।

ତେବେ ମହାପ୍ରଭୁଙ୍କ ବିବାହ ଉତ୍ସବ ଦେଖିବା ଲାଗି ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଛନ୍ତି।