fbpx
BSKY SKY
BSKY SKY

ଶସ୍ତା ସୁନା କିଣିବାର ଆଜି ସୁବର୍ଣ୍ଣ ସୁଯୋଗ! ରୂପା ୧,୨୩୯ ଟଙ୍କା କମିଲା , ଜାଣନ୍ତୁ କେତେ ରହିଛି ରେଟ୍

BSKY

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ସୁନା ଓ ରୂପା ମୂଲ୍ୟରେ ଆଜି ହ୍ରାସ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବଜାରରେ ସୁନା ତୁଳନାରେ ରୂପା ମୂଲ୍ୟ ସୁନାଠାରୁ ଅଧିକ ହ୍ରାସ ପାଇଛି । ପ୍ରାରମ୍ଭିକ ବାଣିଜ୍ୟରେ ଭାରତୀୟ ଫ୍ୟୁଚର ବଜାରରେ ମଧ୍ୟ ସମାନ ଧାରା ଦେଖାଯାଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ମୂଲ୍ୟ ସୋମବାର ପ୍ରାରମ୍ଭିକ କାରବାରରେ ୦.୭୫ ପ୍ରତିଶତ ହ୍ରାସ ପାଇଛି । ଏହା ସହ ଆଜି ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି । ଏହା ଏମସିଏକ୍ସ ଉପରେ ୨.୦୪ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି ।

ସୋମବାର ଏମସିଏକ୍ସରେ ୨୪ କ୍ୟାରେଟ୍ ଶୁଦ୍ଧତା ଥିବା ସୁନା ମୂଲ୍ୟ ସକାଳ ୯ଟା୧୦ ରେ ୩୯୨ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୧,୫୮୫ ଟଙ୍କା ହୋଇଛି । ଆଜି ସୁନାର ମୂଲ୍ୟ ୫୧,୬୮୫ ଟଙ୍କାରେ ଖୋଲିଛି । ଖୋଲିବା ପରେ ଏହାର ମୂଲ୍ୟ ୫୧,୫୪୦ ଟଙ୍କା ଥିଲା । କିଛି ସମୟ ପରେ ଏହା ୪୫ ଟଙ୍କା ବୃଦ୍ଧି ପାଇ ୫୧,୫୮୫ ଟଙ୍କା ହୋଇଗଲା ।

ଏଥି ସହିତ ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟରେ ବହୁତ ହ୍ରାସ ଘଟିଛି । ରୂପା ମୂଲ୍ୟ ୧,୨୩୯ ଟଙ୍କା ହ୍ରାସ କିଲୋଗ୍ରାମ ପିଛା ୫୯,୫୪୬ ଟଙ୍କା ହୋଇଛି । ଆଜି ରୂପା କାରବାର ୬୦,୦୦୦ ରୁ ଆରମ୍ଭ ହୋଇଥିଲା । ଥରେ ଏହାର ମୂଲ୍ୟ ୫୯,୫୦୧ ଟଙ୍କାକୁ ଖସିଥିଲା । କିନ୍ତୁ କିଛି ସମୟ ପରେ ଏଥିରେ କିଛି ସୁଧାର ହୋଇଥିଲା ଓ ଏହାର ମୂଲ୍ୟ ୫୯,୫୪୬ ଟଙ୍କାରେ ଟ୍ରେଣ୍ଡଢ କରିବା ଆରମ୍ଭ କଲା ।

ତେବେ ବିଶ୍ୱ ବଜାରରେ ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ସୁନାର ସ୍ପଟ୍ ମୂଲ୍ୟ ୦.୩୫ ପ୍ରତିଶତ ହ୍ରାସ ହୋଇ ୧,୬୮୯.୦୧ ଡଲାରରେ ପହଞ୍ଚିଛି । ଶୁକ୍ରବାର ଦିନ ମଧ୍ୟ ସୁନା ଦର ୦.୪୧ ପ୍ରତିଶତ ହ୍ରାସ ପାଇଥିଲା । ସୁନା ସହିତ ରୂପା ମୂଲ୍ୟ ମଧ୍ୟ ଆଜି ହ୍ରାସ ପାଇଛି । ରୂପାର ସ୍ପଟ୍ ମୂଲ୍ୟ ଆଜି ୧.୮୬ ପ୍ରତିଶତ ହ୍ରାସ ପାଇ ୧୯.୭୬ ଡଲାରରେ ପହଞ୍ଚିଛି ।

ଭାରତୀୟ ବୁଲିଅନ୍ ବଜାରରେ ସୁନା ଓ ରୂପା ମୂଲ୍ୟ ଗତ ସପ୍ତାହରେ ରେକର୍ଡ କରିଥିଲା । ଗତ ବାଣିଜ୍ୟ ସପ୍ତାହରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୭୮ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୩,୫୩୧ ଟଙ୍କା ବୃଦ୍ଧି ପାଇଥିଲା ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ୱେବସାଇଟ୍ ଅନୁଯାୟୀ, ଗତ ସପ୍ତାହ ଆରମ୍ଭରେ (୩ ରୁ ୭ ଅକ୍ଟୋବର) ୨୪ କ୍ୟାରେଟ୍ ସୁନା ହାର ୫୦,୩୮୭ ଥିଲା, ଯାହା ଶୁକ୍ରବାର ପର୍ଯ୍ୟନ୍ତ ୧୦ ଗ୍ରାମ ପିଛା ୫୧,୭୬୫ ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.