fbpx

କଟକ ବାରବାଟୀ ବିଧାୟକ ମୋକିମଙ୍କ ଜାମିନ ମଞ୍ଜୁର

କଟକ:କଟକ ବାରବାଟୀ ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି । ମୋକିମଙ୍କ ଜାମିନଙ୍କୁ ମଞ୍ଜୁର କରାଯାଇଛି । ଆସନ୍ତା ୧୩ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ମୋକିମ । ଭିଜିଲାନ୍ସ ମାମଲାରେ ତାଙ୍କର ଆବେଦନକୁ ଗୃହିତ କରାଯାଇଛି । ଯାହା ଆଶା କରାଯାଉଥିଲା ମୋକିମଙ୍କ ବିଧାୟକ ପଦ ଯିବ ବୋଲି କିନ୍ତୁ ଏଥିରେ ତାଙ୍କୁ ଆଶ୍ୱସ୍ତି ମିଳିଛି । ଏନେଇ ମୋକିମଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସୂଚନାମୁତାବକ ଜାମିନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେଇଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ନାମରେ ତଳକୋର୍ଟରେ ଗିରଫ ପାଇଁ ଦଣ୍ଡାଦେଶ ହୋଇଥିଲା । ତେଣୁ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ କଟକ ବାରବାଟୀ ବିଧାୟକ। ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ କରାଯାଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଏହି ଦଣ୍ଡାଦେଶ ଦେଇଥିଲା। କିନ୍ତୁ ଏଥିରେ ହାଇକୋର୍ଟ ରିହତାଦେଶ ଶୁଣାଇଛନ୍ତି ।

Get real time updates directly on you device, subscribe now.