fbpx

(Video)ଆଜି ମ୍ୟାଚରେ ଅବସର ନେଇ ପାରନ୍ତି କ୍ୟାପଟେନ କୁଲ! କୋଲକାତା ବିପକ୍ଷରେ କ୍ୟାରିୟରର ଶେଷ ମ୍ୟାଚ…

ନୂଆଦିଲ୍ଲୀ: ଆଜି କେଲାକାତା ବିପକ୍ଷରେ ସିଜନର ୬୧ତମ ମ୍ୟାଚ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚ ଉପରେ ରହିବ ସାରା ଭାରତର ନଜର । କାରଣ ଆଜିର ମ୍ୟାଚ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଶେଷ ମ୍ୟାଚ ହୋଇପାରେ । କୋଲକାତା ବିପକ୍ଷ ଆଜି ମ୍ୟାଚ ପରେ ଧୋନୀ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି । ଆଜି ପରଠାରୁ ଧୋନୀଙ୍କ ବିନା ଏବଂ ଆଉ ଜଣେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିପାରେ ସିଏସକେ ।

IPL 2023: CSK to reign supreme in MS Dhoni's potential last season? Here is  Chennai's SWOT Analysis | Cricket News – India TV

ପୂର୍ବରୁ କ୍ୟାପଟେନ କୁଲ ଧୋନୀ ଏ ନେି ସ୍ପଷ୍ଟ କରିସାରିଛନ୍ତି ଯେ, ସେ ନିଜ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ ଚେନ୍ନାଇର ଚିପାକ ଷ୍ଟାଡିୟମରେ ହିଁ ଖେଳିବେ । ଏହା ସହିତ ଚଳିତ ଆଇପିଏଲ ସିଜନ ଧୋନୀଙ୍କର ଶେଷ ସିଜନ ବୋଲି କୁହାଯାଉଛି । ଯଦି ଏହା ସତ ହୁଏ, ତେବେ ମାହିଭ୍କ କହିବା ଅନୁସାରେ ସେ ଆଜି ହିଁ ନିଜ ସନ୍ନ୍ୟାସ ଘୋଷଣା କରିବେ । କାରଣ, ଆଜି ଚେନ୍ନାଇ ସୁପର କିଙ୍ଗସ ଚଳିତ ସିଜନରେ ଶେଷ ଥର ପାଇଁ ଚିପାକ୍ ଷ୍ଟାଡିୟମରେ ଖେଳିବ । ଚେନ୍ନାଇର ଆଗାମୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ତିବା ବେଳେ ଏହା ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯିବ । ଏହାପରେ ମଧ୍ୟ କ୍ୱାଲିଫାୟାର ଏବଂ ଫାଇନାଲ ମ୍ୟାଚ ଭିତରୁ କୌଣସି ମ୍ୟାଚ ଚିପାକ୍ ଷ୍ଟାଡିୟମରେ ଖେଳାଯିବାର ସୂଚୀ ନାହିଁ । ତେଣୁ ଏସବୁରୁ ଅନୁମାନ କରାଯାଉଛି ଯେ, ଆଇପିଏଲରେ ଆଜି ଧୋନୀ ଯୁଗର ଅବସାନ ଘଟିପାରେ ।

ତେବେ ଭଲ ଖବର ହେଉଛି ଏପର୍ଯ୍ୟନ୍ତ ଧୋନୀ କିମ୍ବା ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ । ମାହି କେବେ ଅବସର ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଅନେକ ଆଲୋଚନା ଏବଂ ଚର୍ଚ୍ଚା ଭିତରେ ମାହି ଆଗାମୀ ବର୍ଷ ଖେଳିବେ ବୋଲି ମଧ୍ୟ ଆଭାସ ଦେଇ ସାରିଛନ୍ତି । ଏହାବ୍ୟତୀତ ଚେନ୍ନାଇର ପୂର୍ବତନ ଷ୍ଟାର କ୍ରିକେଟର ସୁରେଶ ରାଇନା ମଧ୍ୟ କହିଛନ୍ତି ଯେ, ଧୋନୀ ଆଇପିଏଲ ୨୦୨୫ରେ ପୁଣିଥରେ ୟେଲୋ ଜର୍ସିରେ ମଇଦାନକୁ ଓହ୍ଲାଇବା ନେଇ ତାଙ୍କୁ ସୂଚନା ଦେଇଛନ୍ତି । କିନ୍ତୁ ଏହି ବଡ ପ୍ରଶ୍ନର ଉତ୍ତର ବର୍ତ୍ତମାନ କେବଳ କ୍ୟାପଟେନ କୁଲ ମାହିଙ୍କ ପାଖରେ ରହିଛି । ତେବେ କ୍ରିକେଟରୁ ଧୋନୀଙ୍କ ଅବସର ନିଷ୍ପତ୍ତି କ୍ରୀଡାପ୍ରେମୀ ତଥା ଧୋନୀ ଫ୍ୟାନ୍ସମାନଙ୍କୁ ଏକ ଶକ୍ତ ଝଟକା ଲାଗିପାରେ ।

Get real time updates directly on you device, subscribe now.