ନବୀନଙ୍କ ପାଇଁ ପୂଜା କଲେ ବିଜେଡି କର୍ମୀ! ଅଳ୍ପ ସମୟରେ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ବାହାରିବେ

ଭୁବନେଶ୍ୱର: ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ । ନୀବନ ନିବାସରେ ପହଞ୍ଚି ଆଶୁ ଆରୋଗ୍ୟ କାମନା କଲେ ବିଜେଡି ନେତ୍ରୀ ।

ସଫଳ ଅସ୍ତ୍ରୋପଚାର ପାଇଁ ଶୁଭ କାମନା କଲେ । ଦଳରେ ସମନ୍ୱୟ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।

ଆଜି ସକାଳେ ବହୁ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚି ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ନବୀନ ସୁସ୍ଥ ହୋଇଯିବା ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି କର୍ମୀ ।

ସରଭାଇକାଲ ଆନ୍ଥାଇଟିସ୍ରେ ପନୀଡ଼ିତ ନବୀନ । ଏ ନେଇ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଲୋକଙ୍କୁ ଜଣାଇଥିଲେ ନିଜେ ନବୀନ ।

ମୁମ୍ବାଇର କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପଚାର କରାଯିବ । ଏହା ଏକ ବାର୍ଦ୍ଧକ୍ୟ ଜନିତ ରୋଗ, ଯେଉଁଥିରେ ପୀଡ଼ିତ ଅଛନ୍ତି ନୀବନ ।

ତେବେ ନବୀନଙ୍କ ସହ ପୂର୍ବତନ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଯିବା ନେଇ ଜୋର ଚର୍ଚ୍ଚା ହେଉଛି ।