fbpx

ଆଜି ଲାଗିବ ସବୁଠାରୁ ଲମ୍ବା ପୂର୍ଣ୍ଣ ସୂର୍ଯ୍ୟପରାଗ, ଅନ୍ଧକାର ହୋଇଯିବ ପୃଥିବୀ : ଗର୍ଭବତୀ ମହିଳାମାନେ ଭୁଲରେ ବି କରିବେ ନାହିଁ ଏହି କାମ

୮ ଏପ୍ରିଲ ଅର୍ଥାତ ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଭାରତୀୟ ସମୟାନୁସାରେ ଏହି ସୂର୍ଯ୍ୟ ପରାଗ ଆଜି ରାତିରୁ ଆରମ୍ଭ ହେବ । ଏହା ପୂର୍ଣ୍ଣ ସୂର୍ଯ୍ୟ ପରାଗ ଅଟେ ଏବଂ ଗତ ୫ ଦଶକରୁ ଅଧିକ ସମୟରେ ଲାଗିଥିବା ସୂର୍ଯ୍ୟ ପରାଗରୁ ଏହି ସୂର୍ଯ୍ୟ ପରାଗ ସବୁଠାରୁ ଲମ୍ବା ଅଟେ । ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗକୁ ଶୁଭ ବୋଲି ବିବେଚିତ କରାଯାଏ ନାହିଁ । ଏହିଦିନ ଗର୍ଭବତୀ ମହିଳା ମାନଙ୍କୁ ନିଜର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ଏହି ସମୟରେ ନୀତି ନିୟମ ଅନୁସାରେ ସମୟ ଅତିବାହିତ କରିବା ଜରୁରୀ । ନଚେତ ଏହା ଉଭୟ ଗର୍ଭବତୀ ମା ଓ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ଘର ବାହାରକୁ ବାହାରିବା ଉଚିତ ନୁହେଁ, ଏହାଦ୍ୱାରା ଗ୍ରହଣ ର ଖରାପ ପ୍ରଭାବ ଗର୍ଭବତୀ ନାରୀ ଙ୍କ ଉପରେ ପଡିଥାଏ । ଗ୍ରହଣର ଛାୟା ଠାରୁ ନିହାତି ଗର୍ଭବତୀ ନାରୀ ଦୁରେଇ ରହିବା ଜରୁରୀ ।

– ଗର୍ଭବତୀ ନାରୀ କଦାପି ଗ୍ରହଣ ଦେଖିବା ଉଚିତ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଦେଖିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଗ୍ରହଣ ର ଖରାପ ପ୍ରଭାବ ପଡିଥାଏ ।

– ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ କଦାପି କୌଣସି ଧାରୁଆ ହତିଆର ଧରିବା କିମ୍ବା ବ୍ୟବହାର କରିବା ଉଚିତ ନୁହେଁ , ଏବଂ କୌଣସି ସିଲେଇ ମଧ୍ୟ କରିବା ଉଚିତ ନୁହେଁ । ଏହାଛଡା କଇଁଚି ଇତ୍ୟାଦିରେ କିଛି କଟାକଟି ମଧ୍ୟ କରନ୍ତୁ ନାହିଁ ।

– ଗ୍ରହଣ ଛାଡିବା ପରେ ଗର୍ଭବତୀ ନାରୀ ନିହାତି ସ୍ନାନ କରିବା ଆବଶ୍ୟକ ଏବଂ ହାତରେ ଦୁବ ଘାସ ଧରି ଈଶ୍ୱର ଙ୍କୁ ସ୍ମରଣ କରନ୍ତୁ । ଏହାପରେ ସେହି ଦୁବଘାସ କୁ ଠାକୁରଙ୍କ ନିକଟରେ ଅର୍ପଣ କରନ୍ତୁ ।

– ଗର୍ଭବତୀ ମହିଳା ମାନେ ଗ୍ରହଣ ସମୟରେ ରୋଷେଇ କରିବା ବର୍ଜନୀୟ, ଶୋଇବା ବର୍ଜନୀୟ, ସଜେଇ ହେବା ମଧ୍ୟ ବର୍ଜନୀୟ ଅଟେ । ଏହି ସମୟରେ ଆପଣ ରନ୍ଧା ଜିନିଷ ଭୋଜନ ନକରି କ୍ଷୀର ଫଳ ଇତ୍ୟାଦି ଖାଇ ପାରିବେ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ମାନେ ତୁଳସୀ ପତ୍ର ସେବନ କରନ୍ତୁ ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ବିଷ୍ଣୁ ଙ୍କ କୃପା ରହିବ ।

– ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ସମୟ ମଧ୍ୟରେ ଆପଣ ଶୋଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ହନୁମାନ ଚଲିସା ଏବଂ ମା ଦୁର୍ଗାଙ୍କ ସ୍ତ୍ରୋତ ପଢିବା ଉଚିତ୍। ଏହା ଶୀଘ୍ର ନକାରାତ୍ମକ ଶକ୍ତିଗୁଡ଼ିକୁ ହଟାଇଥାଏ। ତେବେ ଶେଷରେ ଯେତେବେଳେ ସୂର୍ଯ୍ୟପରାଗ ସମାପ୍ତ ହେବା ପରେ, ଗାଧୋଇ ସଫା ପୋଷାକ ପିନ୍ଧିବା ଭଲ।

ଭାରତୀୟ ସମୟାନୁସାରେ, ୮ ଏପ୍ରିଲ ୨୦୨୪ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ରାତି ୯ଟା ୧୨ ମିନିଟରେ ଅରମ୍ଭ ହେବ ଏବଂ ୨ ଟା ୨୨ ମିନିଟରେ ସମାପ୍ତ ହେବ । ଏହିପରି ସୂର୍ଯ୍ୟ ପରାଗର ଅବଧି ୫ ଘଣ୍ଟା ୧୦ ମିନିଟ ରହିବ । ତେବେ ସୂର୍ଯ୍ୟ ପରାଗର ସୁତକ କାଳ ଗ୍ରହଣ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯାଉଛି । ସୁତକ କାଳରେ ପୂଜା-ପାଠ, ଶୁଭ କାର୍ଯ୍ୟ ଠାରୁ ନେଇ ଖାଦ୍ୟ-ପାନୀୟ ପର୍ଯ୍ୟନ୍ତ ସମସ୍ତ ଜିନିଷକୁ ମାନିବାକୁ ପଡେ । ହେଲେ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ସେତେବେଳେ ଯାଇ ପାଳନ କରାଯାଏ ଯେତେବେଳେ ତାହା ଦୃଶ୍ୟମାନ ହୁଏ । ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଭାରତରେ ପୂଜା-ପାଠ, ସ୍ନାନ-ଦାନ ସମସ୍ତ ପ୍ରଖାର ଜିନିଷ କରାଯାଇ ପାରିବ ।

Get real time updates directly on you device, subscribe now.