୯୭ ହଜାର ପାର୍ କଲା ସୁନା ଦର, ଭୁବନେଶ୍ୱରରେ ଆଜି ୧,୧୦୦ ଟଙ୍କା ବଢିଗଲା ଗୋଲ୍ଡ ମୂଲ୍ୟ
ଗୁରୁବାରରେ ବଢିଗଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ କେତେ
ଭୁବନେଶ୍ୱର: ଆଗକୁ ଆସୁଛି ଅକ୍ଷୟ ତୃତୀୟା। ଏହି ପର୍ବରେ ସମସ୍ତେ ଘର ପାଇଁ କିଛି ନା କିଛି ସୁନା କିଣିଥାଆନ୍ତି। କିନ୍ତୁ ସୁନା ଦରରେ ବର୍ତ୍ତମାନ କରେଣ୍ଟ ଲାଗିଛି। ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୯୬ହଜାର ୧୭୦ ଟଙ୍କା ଥିଲା। ଏହା ଆଜି ବଢି ୯୭ ହଜାର ୩୧୦ ଟଙ୍କା ହୋଇଯାଇଛି।
ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦର ୨୪ କ୍ୟାରେଟ୍ ମୂଲ୍ୟ ୧୦ ଗ୍ରାମ ପିଛା ୯୭ ହଜାର ୩୧୦ ଟଙ୍କା ରହିଛି। ଏହି ସୁନା ଦର ଆଜି ୧,୧୪୦ ଟଙ୍କା ବଢିଯାଇଛି। ଏ୨୪ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୯୬ ହଜାର ୧୭୦ ଟଙ୍କା ଥିଲା।
ସେହିପରି ଆଜି ୨୨ କ୍ୟାରେଟ ସୁନା ଦରରେ ୧ ହଜାର ୫୦ଟଙ୍କା ବଢି ୧୦ ଗ୍ରାମ ପିଛା ୮୯ ହଜାର ୨୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହି ଦର ୮୮ ହଜାର ୧୫୦ ଟଙ୍କା ଥିଲା। ୧୮ ଗ୍ରାମ ସୁନା ଦରରେ ଆଜି ୧୦ ଗ୍ରାମ ପିଛା ୮୫୦ ଟଙ୍କା ବଢି ୭୨ ହଜାର ୯୮୦ ଟଙ୍କାରେ ପହଞ୍ଚିଛି।