ସାଧାରଣତନ୍ତ୍ର ଦିବସରେ କମିଗଲା ସୁନା ଦର, ଏବେ ବି ୮୦ ହଜାର ଉପରେ , ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ
୨୬ ଜାନୁଆରୀରେ ସୁନା ଏବଂ ରୂପା ଦରରେ ହ୍ରାସ ପାଇଛି। ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ
ନୂଆଦିଲ୍ଲୀ: କିଛିଦିନ ହେବ ସୁନା ଏବଂ ରୂପା ଦର ବୃଦ୍ଧ ଘଟିବାରେ ଲାଗିଛି। ଜାନୁଆରୀ ୨୬ ତାରିଖରେ ମଧ୍ୟ ସମାନ ଦରରେ ବିକ୍ରି ହେଉଛି ସୁନ-ରୂପା।
ଶନିବାର ଦିନ ଜାତୀୟ ସ୍ତରରେ ସୁନାର ଦର ୧୦ ଗ୍ରାମ ପିଛା ୮୦ ହଜାର ୩୪୮ ଟଙ୍କା ପହଞ୍ଚିଥିଲା। ଏଥିସହ ରୂପା ଦର କିଲୋଗ୍ରାମ ପିଛା ୯୧ ହଜାର ୨୧୧ ରହିଥିଲା।
ଭୁବନେଶ୍ୱରର ସୁନା ରେଟ: ୨୨ କ୍ୟାରେଟ ସୁନା ୧ଗ୍ରାମ ପିଛା ୭ ହଜାର ୫୫୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ୧ ଗ୍ରାମ ପିଛା ୮ ହଜାର ୨୪୨ ଟଙ୍କା ଥିଲା।
ସେହିପରି ୧୮ କ୍ୟାରେଟ ସୁନା ୧ ଗ୍ରାମ ପିଛା ୬ ହଜାର ୧୮୨ ଟଙ୍କା।
୨୨ କ୍ୟାରେଟ ସୁନା: ଶନିବାର ଦିନ ସୁନା ଦର ୧୦ ଗ୍ରାମ ପିଛା ୬୦ ହଜାର ୪୪୦ ଟଙ୍କା ଥିବା ବେଳେ ଆଜି ସେହି ସମାନ ଦରରେ ବିକ୍ରି ହେଉଛି ସୁନା। ଏଥିରେ କୌଣସି ପରିବର୍ତ୍ତନ ଘଟିନାହିଁ।
୨୪ କ୍ୟାରେଟ ସୁନା ରେଟ: ଶନିବାର ଦିନ ୧୦ ଗ୍ରାମ ପିଛା ୮୨ ହଜାର ୪୨୦ ଟଙ୍କା ଥିବା ବେଳେ ଆଜି ସେହି ସମାନ ଦର ରହିଛି। ୨୪ କ୍ୟାରେଟ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ।
୧୮ କ୍ୟାରେଟ ସୁନା ରେଟ୍: ଶନିବାର ଦିନ ୧୦ ଗ୍ରାମ ପିଛା ୬୧ ହଜାର ୮୨୦ ଟଙ୍କା ଥିବା ବେଳେ ଆଜି ସେହି ସମାନ ଦର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।