fbpx

Today’s Gold Rate : ଖୁସି ଖବର ! ସୁନା ରୂପା ଦରରେ ହେଲା ବଡ଼ ପରିବର୍ତ୍ତନ

ଭୁବନେଶ୍ୱର : ସୁନା ରୂପା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଆସିଛି । ସୁନା କିଣିବା ପୂର୍ବ ନଜର ପକାନ୍ତୁ କେତେ ରହିଛି ଓଡିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଓ ରୂପାର ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦଶ ଗ୍ରାମ ପ୍ରତି ୫୫,୨୫୦ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦଶ ଗ୍ରାମ ପ୍ରତି ୬୦୨୮୦ ରହିଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ୨୨ କ୍ୟାରେଟ ଏବଂ ୨୪ ଟ୍ୟାରେଟର ଦର ଦଶ ଗ୍ରାମ ପ୍ରତି ଯଥାକ୍ରମେ ୫୫,୨୫୦ ଟଙ୍କା ଓ ୬୦,୨୮୦ ଟଙ୍କା ରହିଛି ।

ସୁନାର ଦର ଆଜି ମହଙ୍ଗା ହୋଇଛି । ଏନେଇ ଦେଶର ପ୍ରମୁଖ ସହରରେ ବି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫, ୪୦୦ ଟଙ୍କା ଓ ୬୦,୪୪୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୫୫୦ ଟଙ୍କା ଓ ୬୦,୫୭୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୭୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୪୦୦ ଟଙ୍କା ଓ ୬୦, ୪୪୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୮,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

ସୁନାରୂପା ଦର-୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ ଝଗଝ ମାଧ୍ୟମରେ ଆପଣ ଦର ଜାଣିପାରିବେ।

Get real time updates directly on you device, subscribe now.